ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରୁଥିଲେ ଅଧରାସ୍ତାରେ ଚାଲିଗଲା ଜୀବନ । ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ରୋଗୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ।

171

କନକ ବ୍ୟୁରୋ: ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ । ରାୟଗଡାରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଅମ୍ବାଦଳା ଥାନା ମଞ୍ଜଜୁରକୁପା ନିକଟରେ ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି । ବିଷମକଟକରୁ ବଲାଙ୍ଗୀର ବଙ୍ଗୋମୁଣ୍ଡାକୁ ଆମ୍ବୁଲାନ୍ସ ଯାଉଥିବା ବେଳେ ବିପରୀତ ଦିଗରୁ ଘାରସୁଗୁଡା ଟିକିରି ଯାଉଥିବା ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି ।