ନବରଙ୍ଗପୁର ଜିଲ୍ଲାରେ ପିଡିଏସ ଚାଉଳ ହଡ଼ପ ଅଭିଯୋଗ। ୬ଟି ୱାର୍ଡର ହଜାରେ ୨୫ ହିତାଧିକାରୀଙ୍କ ଚାଉଳ ଗାଏବ।

51

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପିଡିଏସ ଚାଉଳ ହଡ଼ପ ଅଭିଯୋଗ । ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତରୁ ଆସିଲା ଅଭିଯୋଗ । ପଞ୍ଚାୟତରୁ ୬ ନମ୍ବର ୱାର୍ଡର ହଜାରେ ୨୫ ହିତାଧିକାରୀଙ୍କ ଶହେ କ୍ୱିଂଟାଲରୁ ଅଧିକ ଚାଉଳ ହଡ଼ପ ହୋଇଛି । ହିତାଧିକାରୀ ତାଙ୍କ ଭାଗ ଚାଉଳ ନେବା ପାଇଁ ବାରମ୍ବାର ପଞ୍ଚାୟତ ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ମଧ୍ୟ ସେମାନଙ୍କୁ ଚାଉଳ ମିଳୁନାହିଁ । ହିତାଧିକାରୀମାନେ ନିରାଶ ହୋଇ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗରିବ ହିତାଧିକାରୀମାନେ ତୁରନ୍ତ ତାଙ୍କ ଚାଉଳ ତାଙ୍କୁ ଦେବାକୁ ଦାବି କରିଛନ୍ତି । ଜିଲ୍ଲାରେ ଚାଉଳ ହଡ଼ପ ଘଟଣା ନୂଆ ନୁହେଁ । ପୂର୍ବରୁ ତେନ୍ତୁଳିଖୁଂଟି ବ୍ଲକ ଅଳଁଭଟ୍ଟା ପଂଚାୟତରେ ମଧ୍ୟ ୩ ମାସର ପିଡିଏସ ଚାଉଳ ହଡ଼ପ ନେଇ ଅଭିଯୋଗ ହୋଇଥିଲା । ୨ ଅଧିକାରୀଙ୍କୁ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ରହିଛି ।