ବନରକ୍ଷୀ ବିମଳ କୁମାରଙ୍କୁ ଗୁଳି କରି ହତ୍ୟା ଘଟଣା : ଶିମିଳିପାଳର ସବୁ ପ୍ରବେଶ ପଥକୁ ସିଲ କରି ସର୍ଚ୍ଚ ଅପରେସନ ଜାରି; ଘଟଣାରେ ୫ଜଣଙ୍କୁ ଚିହ୍ନଟ

352

କନକ ବୁରୋ : ବାରିପଦାରେ ବନରକ୍ଷୀ ବିମଳ ଜେନାଙ୍କୁ ଗଳି କରି ହତ୍ୟା ଘଟଣାରେ ଶିମିଳିପାଳର ସବୁ ପ୍ରବେଶ ପଥ ସିଲ୍ କରାଯାଇଛି । ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହା ବ୍ୟତୀତ ଅତିରକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ଘଟଣାର ତଦନ୍ତ ଚଳାଇଛି ।

ଘଟଣାରେ ମୋଟ୍ ୧୦ ଜଣ ଶିକାରୀ ସଂପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବାଲେଶ୍ୱର ଏସପି  ।

ଅନ୍ୟପକ୍ଷରେ ମୃତ ବନ କର୍ମଚାରୀଙ୍କୁ ସହିଦ୍‌ ମାନ୍ୟତା ଦେବାପାଇଁ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼। ଶିକାର ରୋକିବା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଉଛି । ଏଥିସହ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନାରେ ପ୍ରଶିକ୍ଷଣ ଦିଆଯାଇଛି । ଖୁବ୍‌ଶୀଘ୍ର ବନ କର୍ମଚାରୀଙ୍କୁ ବନ୍ଧୁକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।