ଧୋନୀଙ୍କ ଯୋଗୁ ହିଁ ସଫଳତା ପାଇଛନ୍ତି ବିରାଟ କୋହଲି । ନିଜ ସିନିୟର ଖେଳାଳିଙ୍କ ଉପରେ ଅଭିଯୋଗ ଆଣି ଏମିତି କହିଲେ ଜଣେ ପାକିସ୍ତାନୀ କ୍ରିକେଟର…

245

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶେହଜାଦ୍ ନିଜ ଦେଶର ସିନିୟର ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ଧୋନୀଙ୍କ ଯୋଗୁ ହିଁ ବିରାଟ କୋହଲିଙ୍କ ଭଳି ଖେଳାଳି ସଫଳତାର ଶିଖର ଛୁଇଁପାରିଥିଲେ । ହେଲେ ପାକିସ୍ତାନ କ୍ରିକେଟର ଟିମର ସିନିୟର ଖେଳାଳିମାନେ କୌଣସି ଅନ୍ୟ ଖେଳାଳିଙ୍କ ସଫଳତାକୁ ସହ୍ୟ କରିପାରନ୍ତି ନାହିଁ ।

ଅସଲ କଥା ହେଉଛି, ପାକିସ୍ତାନୀ କ୍ରିକେଟର ଶେହଜାଦଙ୍କ ତୁଳନା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହିତ କରାଯାଇଥାଏ । ହେଲେ ୨୦୧୬ ମସିହାରେ ତାଙ୍କୁ ଓ ଉମରାନ ଅକମଲଙ୍କୁ ଦଳରୁ ବାହାର କରିଦିଆଯାଇଥିଲା । ଏହା ଉପରେ ପ୍ରତିକ୍ରିୟା ରଖି, ସେ କହିଛନ୍ତି ଯେ ସେ ସମୟରେ ଦଳର କୋଚ୍ ଥିବା ୱାକର ୟୁନିସ ପାକିସ୍ତାନ କ୍ରିକେଟ ବୋର୍ଡଙ୍କୁ ତାଙ୍କ ବିରୋଧରେ ଭୁଲ ରିପୋର୍ଟ ଦେଇଥିଲେ ।

ତାଙ୍କ ଦାବି ମୁତାବକ, ରିପୋର୍ଟରେ ୟୁନିସ କହିଥିଲେ ଯେ, ଶେହଜାଦ୍ ଓ ଉମର ଆକମଲଙ୍କୁ ଟିମରେ ଫେରିବା ପାଇଁ ଘରୋଇ କ୍ରିକେଟରେ ସଫଳତା ପାଇବାକୁ ହେବ । ତେବେ ଏହି ରିପୋର୍ଟ ହଁ ଶେହଜାଦଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥିଲା । ଆଉ ତାଙ୍କ ପ୍ରଦର୍ଶନ ମଧ୍ୟ ତଳକୁ ଯାଇଥିଲା ।

୩୦ ବର୍ଷୀୟ ଶେହଜାଦ୍ କ୍ରିକେଟ୍ ପାକିସ୍ତାନକୁ କହିଥିଲେ, ମୁଁ ନିଜେ ଏହି ରିପୋର୍ଟ ଦେଖିନି, ହେଲେ ଜଣେ ପିସିବି ଅଧିକାରୀ ତାଙ୍କୁ ଏ ବିଷୟରେ କହିଥିଲେ । ଏହି ରିପୋର୍ଟ ତାଙ୍କ ଉପରେ ହିଁ ରହିଥିଲା । ଏହି ବିଷୟରେ ଆମନା-ସାମନା ଆଲୋଚନା ହେବାର ଥିଲା ବୋଲି ସେ କହିଛନ୍ତି । ତେବେ ଏହି ରିପୋର୍ଟ ହିଁ ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିବା ସହିତ ତାଙ୍କ ବିରୋଧରେ ଏହା ଏକ ଚକ୍ରାନ୍ତ ଥିଲା ବୋଲି ସେ କହିଛନ୍ତି ।