ହଜାର ହଜାର ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିଲେ ବି ଚକାଚକ୍ ଦିଶେ ‘ମୋ ବସ୍’ : ରାତିରେ କିପରି ହୁଏ ପ୍ରସ୍ତୁତି ପର୍ବ ? ଆସନ୍ତୁ ଦେଖିବା ଏକ ସ୍ୱତନ୍ତ୍ର ରିପୋର୍ଟ . . .

12,418

ଦିନ ସାରାର ଗହଳିଚଳହି ଭିତରେ ଗଡ଼ୁଥିବା ‘ମୋ ବସ୍’ ରାତିରେ କୁଆଡ଼େ ଯାଏ ? ପ୍ରତିଦିନ ହଜାର ହଜାର ଲୋକଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଉଥିବା ବସ୍ ଗୁଡ଼କୁ ରାତିରେ କିପରି ପ୍ରସ୍ତୁତ କରାଯାଏ ପର ଦିନ ପାଇଁ । ପ୍ରତିଦିନ ଏତେ ସଂଖ୍ୟାରେ ଯାତ୍ରୀ ଯିବାଆସିବା କରୁଥିଲେ ବି ମୋ ବସ୍ ସବୁଦିନ ଚକାଚକ୍ ଦେଖାଯାଏ କିପରି ? ଏପରି ଚିନ୍ତା ଆପଣଙ୍କ ମନକୁ ମଧ୍ୟ ନିଶ୍ଚିତ ଆସୁଥିବ । ରାତି ୧୦ରୁ ସକାଳ ୬, କିପରି ପ୍ରସ୍ତୁତ ହୁଏ ମୋ’ ବସ୍ ? ତାହାର ଚିତ୍ର ବର୍ତ୍ତମାନ ଚିତ୍ର ସାମ୍ନା ଆସିଛି ।

କେବଳ ଏତିକି ନୁହେଁ ପ୍ରତିଦିନ ବସର ଇଞ୍ଜିନକୁ ପ୍ରାୟ ୨୦ ଥରରୁ ଅଧିକ ଥର ଚେକ୍ କରିବା ପରେ ପର ଦିନ ବସ ଗଡ଼ିବା ପାଇଁ ଅନୁମତି ଦିଆଯାଏ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀ ଯେପରି ହଇରାଣ ନୁହଁନ୍ତି ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିଦିନ ରାତିରେ ସମସ୍ତ ମୋ ବସର ଲାଇଟ୍ , ସ୍ୱିଚ୍ ଓ ବିଦ୍ୟୁତ ସରବରାହ ନେଇ ଚେକ୍ କରାଯାଏ ।

ରାତିର ମୋ ବସ ଗୁଡ଼ିକର କ’ଣ ହୁଏ ? ଯାତ୍ରୀଙ୍କୁ କମ ସମୟରେ ତଥା ଉଚିତ ମୂଲ୍ୟରେ ଅତ୍ୟାଧୁନିକ ସୁବିଧା ଯୋଗାଇବା ପାଇଁ କିପରି ପ୍ରସ୍ତୁତ କରାଯାଏ ? ରାତି ହେଲେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ‘ମୋ ବସ’ରେ ଆରମ୍ଭ ହୁଏ ସଫେଇ ଅଭିଯାନ । ଯାତ୍ରୀଙ୍କୁ ବସରେ ସୁଖଦ ଅନୁଭବ ଦେବାପାଇଁ ସମସ୍ତ ବସକୁ ପାଣି ସ୍ପ୍ରେ କରି ସଫାକରାଯାଏ ।

 

ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ମୋ ବସ୍ କର୍ତ୍ତୃପକ୍ଷ ସର୍ବଦା ଚେଷ୍ଟାରତ । ଆଉ ଏଥିପାଇଁ ଲୋକଙ୍କ ଭରସା ହାସଲ କରିଛି ମୋ ବସ୍ । ରାଜ୍ୟର ପ୍ରମୁଖ ସହରର ଭୁବନେଶ୍ୱର, କଟକ ଓ ପୁରୀରେ ପ୍ରତିଦିନ ପାଖାପାଖି ୨୦୦ ବସ୍ ଗଡ଼ୁଥିବା ବେଳେ ଏହିସବୁ ସୁବିଧା ଦୃଷ୍ଟିରୁ ଲୋକଙ୍କ ଯିବାଆସିବା ମଧ୍ୟ ବଢ଼ୁଛି । ମୋ ବସରେ ଯାତ୍ରା କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ଲୋକେ ।