ଇଭିଏମ ପ୍ରସଙ୍ଗରେ ଥମୁନି ବିବାଦ: ରାହୁଲ ଗାନ୍ଧୀଙ୍କ ପରେ ସାମ ପିଟ୍ରୋଦାଙ୍କ ଦାବି, ହ୍ୟାକ ହୋଇପାରେ ଇଭିଏମ

223

କନକ ବ୍ୟୁରୋ: ଇଭିଏମକୁ ନେଇ ବିବାଦୀୟ ବୟାନ ବର୍ଷା ହେବାରେ ଲାଗିଛି । ଏଲନ ମସ୍କ ଓ ରାହୁଲ ଗାନ୍ଧୀଙ୍କ ପରେ ବିବାଦର ନିଆଁରେ ଘିଅ ଢ଼ାଳିଛନ୍ତି କଂଗ୍ରେସ ନେତା ସାମ ପିଟ୍ରୋଦା । ପିଟ୍ରୋଦା କହିଛନ୍ତି ସେ ଇଭିଏମକୁ ନେଇ ଅନେକ ଗବେଷଣା କରିଛନ୍ତି ଓ ଏହାକୁ ହ୍ୟାକ କରାଯାଇପାରିବ । ସୋସିଆଲ ମିଡିଆ ପୋଷ୍ଟରେ ପିଟ୍ରୋଦା ଲେଖିଛନ୍ତି ଇଭିଏମ ବ୍ୟବସ୍ଥା ଠିକ ନୁହେଁ । ବାଲଟ ପେପର ନିର୍ବାଚନ କରିବାରେ ସ୍ୱଚ୍ଛତା ରହିଛି । ବାଲଟ ପେପର ଗଣତିରେ ହାର ଓ ଜିତ ଫୈସଲ ସବୁଠୁ ତ୍ରୁଟିହୀନ ବ୍ୟବସ୍ଥା । ଏଥିସହ ସେ କହିଛନ୍ତି ଇଲେକ୍ଟ୍ରୋଟେନିକ ଓ ଟେଲିକମ ସେକ୍ଟରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି । ତେଣୁ କୌଣସି ଇଲେଟ୍ରୋକନିକ ମେସିନ ହ୍ୟାକ କରାଯାଇପାରିବ ବୋଲି ସେ ଦୃଢ଼ୋକ୍ତି ବାଢିଛନ୍ତି ।