୫ ବର୍ଷର ଅପେକ୍ଷା ପରେ ଭାରତର ବୋହୂ ହେଲେ ପାକିସ୍ତାନୀ ଝିଅ । ଜଳନ୍ଧରରେ କଲେ ବିବାହ

452

କନକ ବ୍ୟୁରୋ: କୁହାଯାଏ ପ୍ରେମରେ ଦୂରତା ବାଧା ଦେଇପାରେନା । ପ୍ରେମ ଆଗରେ ସବୁ ପ୍ରତିବନ୍ଧକ ହାର ମାନେ । ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ପକିସ୍ତାନର ଯୁବତୀ । ୫ ବର୍ଷର ଉଦ୍ୟମ ପରେ ପାକିସ୍ତାନର ଶମିୟାଲା ପାକିସ୍ତାନରୁ ଭାରତ ଆସି ପହଞ୍ଚିଛନ୍ତି । ସେ ପଞ୍ଜାବର କଳନ୍ଧର ନିବାସୀ କମଲ କଲ୍ୟାଣଙ୍କୁ ବିବାହ କରିଛନ୍ତି । ଜୁଲାଇ ୧୦ ତାରିଖରେ ଏହି ବିବାହ ହୋଇଛି ।

ଶମିୟାଲା ବିବାହ ପାଇଁ ନିଜର ପରିବାର ଲୋକଙ୍କ ସହିତ ପାକିସ୍ତାନରୁ ଭାରତ ଆସିଥିଲେ । ଭାରତ ସରକାର ମଧ୍ୟ ଉଭୟଙ୍କ ସମ୍ପର୍କକୁ ଉଦାରତା ଦେଖାଇ ଶମିୟାଲା ଓ ତାଙ୍କ ପରିବାରକୁ ୪୫ ଦିନିଆ ଭିସା ପ୍ରଦାନ କରିଛନ୍ତି । ଉଭୟ ପରିବାର ବିବାହର ମହୋତ୍ସବକୁ ଧୂମଧାମରେ ପାଳନ କରିଛନ୍ତି । ଭାରତର ବୋହୂ ହୋଇ ବେଶ୍ ଖୁସି ଥିବା କହିଛନ୍ତି ଶମିୟାଲା ।

ଶମିୟାଲା ୫ ବର୍ଷ ପର୍ଯ୍ୟନ୍ତ ବିବାହ କରିବାକୁ ଭାରତ ଆସିପାରିନଥିଲେ । ପ୍ରେମ ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିଥିଲେ । କାରଣ କରୋନା ପାଇଁ ତାଙ୍କୁ ଭିସା ମିଳିପାରିନଥିଲା । କିଛି ଦିନ ପର୍ବରୁ ନିଜ ପରିବାର ସହ ୪୫ ଦିନି ପାଇଁ ଭିସା ମିଳିଛି । ରବିବାର ଜଳନ୍ଧରରେ ଏକ ପ୍ୟାଲେସରେ ତାଙ୍କ ବିବାହ ଖ୍ରୀଷ୍ଟିୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।