କଳାହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣା : ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

153

କନକ ବ୍ୟୁରୋ : କଳାହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣା । ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଆଇନଶୃଙ୍ଖଳା ଏଡିଜି ଉପସ୍ଥିତ । ମାଓ ଅପରେସନ ଓ ଝାରସୁଗୁଡା ଉପନିର୍ବାଚନ ନେଇ ଆଲୋଚନା ଚାଲିଛି ।

କଳାହାଣ୍ଡିରେ ପୁଣି ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଯାଇଛି । ସେହିଭଳି ଜଣେ ବରିଷ୍ଠ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ମଦନପୁର ରାମପୁର ଥାନା ମୋହନଗିରି ନିକଟ ତାପରଙ୍ଗ ଜଙ୍ଗଲରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଛି । ଗୁଳିମାଡରେ ଆହତ ହୋଇଥିବା ପୁଲିସ ଅଧିକାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।