କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭୋଧନ,କହିଲେ ‘କେନ୍ଦୁଝରକୁ ବର୍ଷ ବର୍ଷ ଧରି ଲୁଟ କରାଯାଉଥିଲ।’

511

କନକବ୍ୟୁରୋ:କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭୋଧନ,କହିଲେ କେନ୍ଦୁଝର କୁ ବର୍ଷ ବର୍ଷ ଧରି ଲୁଟ କରାଯାଉଥିଲା । ହଜାର ହଜାର କୋଟି ଟଙ୍କା ଲୁଟ କରାଯାଇଛି । ପୁବସରକାର ଖଣି ଲୁଟରେ ସାମିଲ ମଧ୍ୟ ଥିଲେ । ଏଠିକାର ପ୍ରଶାସନ ମଧ୍ୟ ଲୁଟରେ ସମ୍ଫୃକ୍ତ ରହିଥିଲେ । ଓଡିଶାର ଅସ୍ମିତା ରାଜ୍ୟରେ ସଂକଟରେ ରହିଥିଲା ,କେନ୍ଦୁଝର ର ଅସ୍ମିତା ସଂକଟରେ ଅଛି । କିଛି ଅଣଓଡିଆ ମିଶି କେନ୍ଦୁଝର କୁ ଲୁଟ କରିଛନ୍ତି । ସମସ୍ତ ଲୁଟେରା ଜେଲ ଯିବେ । ମୁଁ ମୋହନ ମାଝୀ କାହାକୁ ଛାଡିବିନି, ପୁବ ସରକାର ମୋତେ ଚୁପ କରିବାକୁ ଖଣି ମଧ୍ୟ ଯାଚୁଥିଲେ । ଏଥିସହ ମନ୍ତ୍ରୀପଦ ଦେବା ପାଇଁ ଖଣି ମଧ୍ୟ ଯାଚିଥିଲେ । ମୋହନ ମାଝି ବିକ୍ରୀ ହେବା ଲୋକ କିନ୍ତୁ ନୁହେଁ । ମୋତେ ମଧ୍ୟ ଗୋଟିଏ ଖଣି ଯାଚୁଥିଲେ ସରକାରୀ ନେତା । କିନ୍ତୁ ଆଜି ହେଉଛନ୍ତି ଆପଣମାନେ ସବୁ ଖଣିର ମାଲିକ ।