ଭୁଷୁଡୁଛି ଆଦାନୀଙ୍କ ସାମ୍ରାଜ୍ୟ । ଧନୀ ତାଲିକାରେ ୩୭ନମ୍ବରସ୍ଥାନକୁ ଖସିଲେ ଗୌତମ ଆଦାନୀ । ଋଣ ନେବାକୁ ବିଚାର କରୁଛି ଆଦାନୀ ଗ୍ରୁପ୍

204

କନକ ବ୍ୟୁରୋ: ଦେବାଳିଆ ସ୍ଥିତିରେ ବିଶିଷ୍ଠ ଶିଳ୍ପପତି ଗୌତମ ଆଦନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ । ବ୍ୟବସାୟ ବୁଡୁଥିବାବେଳେ ଏବେ ଆଦାନୀ ଋଣ ନେବାକୁ ଯୋଜନା କରୁଥିବା ଜଣାପଡିଛି । ୪୦ ମିଲିୟନ ଡଲାର ଅର୍ଥାତ ୩୩୦୦ କୋଟି ଟଙ୍କାର ଋଣ ଗ୍ଲୋବାଲ କ୍ରେଡିଟ୍ ଫଣ୍ଡସଠୁ ନେବାକୁ ଆଲୋଚନା କରିଥିବା ଜଣାପଡିଛି । ଅର୍ନ୍ତଜାତୀୟ ଖବରକାଗଜ ଇକୋନୋମିକସ୍ ଟାଇମ୍ସର ସୂଚନା ମୁତାବକ ଆଦାନୀଗ୍ରୁପ ନର୍ଥ କୁଇନଲ୍ୟାଣ୍ଡ ଏକ୍ସପର୍ଟ ଟର୍ମିନାଲ ବଦଳରେ ଋଣ ନେବାକୁ ବିଚାର କରୁଥିବା ଜଣାପଡିଛି । ଏହି ନର୍ଥ କୁଇନଲ୍ୟାଣ୍ଡ ଏକ୍ସପୋର୍ଟ ଟର୍ମିନାଲକୁ ଆଦାନୀ ପ୍ୟାମିଲି ଟ୍ରଷ୍ଟ ଦ୍ୱାରା କଂଟ୍ରୋଲ କରାଯାଏ ।

ବିଶ୍ୱର ଧନୀ ତାଲିକାରେ ଗୌତମ ଆଦାନୀ ଦିନେ ସବୁଠୁ ଉପରେ ଥିବାବେଳେ ଆଜିର ଦିନରେ ୩୭ ନମ୍ବରକୁ ଖସିଆସିଛନ୍ତି । ଆମେରିକାର ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଓ ଅର୍ଥ ହେରଫେର ଅଭିଯୋଗ ଆସିବାରେ ଭୁଷୁଡିବାରେ ଲାଗିଛି କମ୍ପାନୀ । ତଥ୍ୟ କହୁଛି ଜାନୁଆରୀ ୨୪ରେ ରିପୋର୍ଟ ଆସିବା ପରେ ଏବେସୁଦ୍ଧା ଗ୍ରୁପର ୮ହଜାର କୋଟିରୁ ଉଦ୍ଧ୍ୱର୍ ଡଲାର ହ୍ରାସ ପାଇଛି । ମାସକ ମଧ୍ୟରେ ୮ହଜାର କୋଟି ଟଙ୍କାର କ୍ଷତି ସହିଛି ଆଦାନୀ ଗ୍ରୁପ ।