ଚାଷ ବୁଡାଉଛି ଚିଙ୍ଗୁଡି ଘେରି: ବେଆଇନ୍ ଚିଙ୍ଗୁଡି ଘେରିରୁ ବିଷାକ୍ତ ପାଣି ଯୋଗୁଁ ଏକର ଏକର ଫସଲ ନଷ୍ଟ 

85

କନକ ବ୍ୟୁରୋ: ଫସଲ ଖାଇଗଲାଣି ପାଉଁଶ ପାଣି । ବେଆଇନ୍ ଚିଙ୍ଗୁଡି ଘେରିରୁ ନିର୍ଗତ ହେଉଥିବା ଏହି ବିଷାକ୍ତ ପାଣି ଯୋଗୁ ଏକର ଏକର ଫସଲ ନଷ୍ଟ ହୋଇଗଲାଣି । ଅମଳ ସମୟରେ ଧାନ ଫସଲରେ ଚିଙ୍ଗୁଡି ଘେରିରୁ ନିର୍ଗତ ଲୁଣି ପାଣି ମାଡିଯିବାରୁ ନଷ୍ଟ ହୋଇଯାଇଛି ପ୍ରାୟ ୧୦ ଏକରରୁ ଉର୍ଦ୍ଧ ଜମିରେ ଥିବା ଧାନ ଫସଲ । ଗଛ ନଷ୍ଟ ସହିତ ଧାନ ଗଛ ଗୁଡିକ ମରିଗଲାଣି । କେନ୍ଦ୍ରାପଡା  ମହାକାଳପଡା ଭାଟେଣିରେ ଏହି ପାଉଁଶ ପାଣି ଯୋଗୁ ଚିନ୍ତାରେ ପଡିଛି ଚାଷୀ କୁଳ  । ହଜାର ହଜାର ଟଙ୍କା ଧାର କରଜ କରି ଚାଷ କରିଥିବା ଚାଷି ଫସଲ ଉଜୁଡିଯିବା ଦେଖି ଆଖିରୁ ଲୁହ ଗଡାଉଛି  । ଜଣେ ବ୍ୟକ୍ତି ବେଆଇନ ଭାବରେ ଚିଙ୍ଗୁଡି ଘେରି ନିର୍ମାଣ କରି ଘେରି ଚାରିପଟେ ଥିବା ଚାଷ ଜମିକୁ ବିଶାକ୍ତ ଲୁଣା ପାଣି ନିଷ୍କାସନ  କରୁଥିବାର ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ  । ଏନେଇ କ୍ଷତିଗ୍ରସ୍ତ ଚାଷୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ବି  ଚାଷି ମାନଙ୍କ କଥା ଶୁଣିନଥିବାର ଅଭିଯୋଗ ହୋଇଛି  ।  ଦିନକୁ ଦିନ ଧାନ କେଣ୍ଡା ସବୁ ଶୁଖି ଅଗାଡି ହୋଇଗଲାଣି  ।  କ୍ଷତିଗ୍ରସ୍ତ ଶେଷରେ ମହାକାଳପଡା ତହସିଲଦାରଙ୍କୁ ଏ ବିଷୟରେ ଲିଖିତ ଭାବରେ ଜଣାଇଛନ୍ତି  । ସରକାରି ଜମିଗୁଡିକ ଜବରଦଖଲ କରାଯାଇ ଜମିକୁ ଜବରଦଖଲ କରି ଦିନକୁ ଦିନ ଚିଙ୍ଗୁଡି ଘେରି ବୃଦ୍ଧି ପାଉଥିବାରୁ ଏନେଇ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଚାଷୀ ମାନେ । କେବଳ ଚାଷ ନୁହେଁ ଏହି ବିଷାକ୍ତ ପାଣି ସବୁ  ନଦୀ ନାଳରେ ମିଶୁଥିବାର ଅଭିଯୋଗ  ହୋଇଛି ।