ମାନବୀୟ ତ୍ରୁଟିରୁ ଦୁର୍ଘଟଣା । ସିଗନାଲ୍ ନ ମାନିବାରୁ ଘଟିଛି ଅଘଟଣ । କାଞ୍ଚନଜଙ୍ଗା ଟ୍ରେନ ଦୁର୍ଘଟଣାରେ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ବଡ ସୂଚନା ।

211

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଜଲପାଇଗୁଡି ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ଜୟା ବର୍ମା ସିହ୍ନାଙ୍କ ସୂଚନା । ମାନବୀୟ ତ୍ରୁଟିରୁ ଘଟିଛି ଏତେ ବଡ ଦୁର୍ଘଟଣା । ମାଲବାହୀ ଟ୍ରେନ୍ର ଡ୍ରାଇଭର ସିଗ୍ନାଲ ନ ମାନିନଥିଲେ । ଯାହାପାଇଁ ଏ ବଡ ଧରଣର ଦୁର୍ଘଟଣା ଘଟି ଯାଇଛି । ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଛି ।

ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣାର ଶେଷ ହୋଇଛି ଉଦ୍ଧାର କାମ । ଟ୍ରେନ୍ ଦୁର୍ଘଟଣାରେ ମୋଟ୍ ୮ ଜଣଙ୍କ ମୃତ୍ୟୁ ହୋଇଥିବା ରେଳ ବିଭାଗ ଲୋକସମ୍ପର୍କ ଅଧିକାରୀଙ୍କ ସୂଚନା । ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଛନ୍ତି । କଂଚନଜଙ୍ଗା ଏକ୍ସପ୍ରେସ କୋଲକାତା ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । କଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।