ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର  । ଆରମ୍ଭ ହେଲାଣି ପ୍ରକ୍ରିୟା । ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍ । 

2,521

କନକ ବ୍ୟୁରୋ: ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଗାମୀ ଦୁଇ ତିନି ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଚାରି ଦ୍ୱାର । ସିଂହଦ୍ୱାର ଭଳି ଅନ୍ୟ ଦ୍ୱାର ଗୁଡିକରେ ବି ବ୍ୟାରିକେଡ୍ ହେବ । ଜୋତା, ଚପଲ, ବ୍ୟାଗ୍ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯିବ । ଏହାରିି ଭିତରେ ଆସୁଛି ରଥଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ବାହାରେ କରାଯାଇଥିବା ଏସି ସେଡ୍ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ଦିନ ପୂର୍ବରୁ ହିଁ ଖରାରୁ ରକ୍ଷା ପାଇବା ପାଇଁ ଏସି ସେଡ୍ କରାଯାଇଥିଲା । ହେଲେ ଏଥିରେ ରଥଯାତ୍ରା ପ୍ରକ୍ରିୟାରେ ସମସ୍ୟା ଉପୁଜିପାରେ ବୋଲି, ଏସି ସେଡ୍ ଖୋଲାଯାଉଛି ।