ବିବାଦୀୟ ସେକ୍ସ ଟେପ୍ ମାମଲା : ଗିରଫ ହେଲେ ‘ଆପ୍’ ମନ୍ତ୍ରୀ ସନ୍ଦୀପ୍ କୁମାର

76

କନକ ବ୍ୟୁରୋ : ବିବାଦୀୟ  ସେକ୍ସ ଟେପ୍ ମାମଲାରେ ଅଭିଯୁକ୍ତ ‘ଆପ୍’ ମନ୍ତ୍ରୀ ସନ୍ଦୀପ କୁମାରକୁ ଗିରଫ କରିଛି ଦିଲ୍ଲୀ ପୁଲିସ । ପୀଡ଼ିତାଙ୍କ ଏତଲା ଭିତିରେ ସନ୍ଦୀପ କୁମାରଙ୍କୁ ଗିରଫ କରିଛି । ସିଡିରେ ନଜର ଆସୁଥିବା ମହିଳା ଜଣକ ଦିଲ୍ଲୀର ଗତକାଲି ସୁଲତାନପୁରୀ ଥାନାରେ ସନ୍ଦୀପଙ୍କ ବିରୋଧରେ ଏତଲା ଦେଇଥିଲେ । ପୀଡିତାଙ୍କ ଅଭିଯୋଗ ପରେ ସନ୍ଦୀପ କୁମାରଙ୍କ ଅଡୁଆ ବଢିଥିଲା । ଏତଲା ଆଧାରରେ ପୁଲିସ ମାମଲା ମଧ୍ୟ ରୁଜୁ କରିଥିଲା ।

ପୀଡିତା ଏତଲାରେ ଉଲ୍ଲେଖ କରିଛନ୍ତି, ରାସନ କାର୍ଡ କରିବା ପାଇଁ ସେ ବିଧାୟକଙ୍କ ପାଖକୁ ଯାଇଥିଲେ। ବିଧାୟକ ତାଙ୍କୁ ନିଶା ମିଶା ମୃଦୁ ପାନୀୟ ଦେଇ ତାଙ୍କ ଅଗୋଚରରେ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି। ଏପରିକି ବିଧାୟକ ଏହାର ଭିଡିଓ ସୁଟିଂ କରି ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା। ସୁଲତାନପୁରୀ ପୁଲିସ ଥାନା ସନ୍ଦୀପ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା କରିଥିଲା ।

ଏହା ସହ ଦେଖନ୍ତୁ ଅବୈଧ ସମ୍ପର୍କର ଇଲାକା : ଯେଉଁଠି ବାପା ହୁଏ ଝିଅର ସ୍ୱାମୀ