ନିଜ ଝିଅର ବାହାଘରରେ ଯୋଗ ଦେବେ ଆମିର

16

ଅମିରଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦଙ୍ଗଲ ରିଲିଜ ହେବାର ଆଉ ବାକି ଅଛି ଏକ ମାସ । ଆଉ ଏହାରି ଭିତରେ ଏଥିରେ ଅମିରଙ୍କ ଝିଅ ରୋଲ କରୁଥିବା ଗୀତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗୀତା ନିଜ ବିବାହ ଠାରୁ ବେଶି ଖୁସି ଅଛନ୍ତି ଫିଲ୍ମରେ ଗୀତା ଫୋଗଟଙ୍କ ପିତା ସାଜିଥିବା ଆମିରଖାନଙ୍କ ଉପସ୍ଥିତିକୁ ନେଇ ।

ଆମିର ନିଜର ଏହି ଅନସ୍କ୍ରିନ୍ ଝିଅର ବିବାହରେ ଉପସ୍ଥିତ ରହିବା ପାଇଁ ସଂକେତ ଦେଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରିଙ୍କ ସହ ଆମିର ଗୀତାଙ୍କ ବିବାହ ଉତ୍ସବରେ ଯୋଗଦେବେ । ଗୀତାଙ୍କ ବାହାଘର ଚରଖି ଦାଦରୀରେ ୨୦ ନଭେମ୍ବରରେ ହେବାକୁ ଯାଉଛି ।