ଆଉ ଗାଡି ଧକ୍କାରେ ମରିବେନି ଗାଈଗୋରୁ । ରେଡିୟମ୍ ବେଲଟ୍ ସାଜିବ ଗାଈ ଗୋରୁଙ୍କ ସୁରକ୍ଷା କବଚ 

141

କନକ ବ୍ୟୁରୋ: ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଗାଈ ଗୋରୁଙ୍କ ଜୀବନ ନିଏ । ଅକାରଣରେ ଅନେକ ସମୟରେ ଗାଈ ଗୋରୁମାନେ ଆଖି ବୁଜନ୍ତି । ହେଲେ ଏବେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇବେନି ଆଉ କୌଣସି ବି ଗାଈ ଗୋରୁ ।  କାହିଁକି ନା ଗାଈ ଗୋରୁଙ୍କୁ ଦୁର୍ଘଟଣାରୁ ବଞ୍ଚେଇବା ପାଇଁ, ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ ।

ଗାଈ ଗୋରୁଙ୍କ ବେକରେ ବନ୍ଧା ହେଉଛି ରେଡିୟମ୍ ବେଲଟ୍ । ତେବେ ଏହି ବେଲଟ୍ କିଛି ସାଧାରଣ ବେଲଟ୍ ନୁହେଁ । ଏ ହେଉଛି ଗାଈ ଗୋରୁଙ୍କୁ ଜୀବନ ରକ୍ଷାକାରୀ ରେଡିୟମ୍ ବେଲଟ୍ । ଯାହାକି ଗାଈ ଗୋରୁଙ୍କୁ ସଡକ ଦୁର୍ଘଟଣାରୁ ବଞ୍ଚେଇବା ସହ ତାଙ୍କ ଜୀବନକୁ ରକ୍ଷା କରିବ । ବ୍ରହ୍ମପୁର ସହରରେ ଗାଈଙ୍କ ସୁରକ୍ଷା କଥା ଚିନ୍ତା କରି, ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି ଏହି ଅଭିଯାନ । ଯେଉଁଥିରେ ଗାଈ ଗୋରୁଙ୍କ ବେକରେ ରେଡିୟମ୍ ବେଲ୍ଟ ଲଗାହେବା ସହିତ । ସେମାନେ କେମିତି ସୁରକ୍ଷିତ ରହିବେ ସେ କଥାକୁ ଗୁରୁତ୍ୱ ଦିଆଯାଇଛିି ।

ଗାଈ ଗୋରୁଙ୍କ ବେକରେ ରେଡିୟମ୍ ବେଲଟ୍ ଲାଗିଲେ, ସେମାନେ ଅନ୍ଧାର ରାତିରେ ମଧ୍ୟ ଦୂରରୁ ଦିଶିବେ । ଏହି ବେଲଟ ହିଁ ତାଙ୍କ ଜୀବନ ରକ୍ଷା କରିପାରିବ । ଗାଡି ଚାଳକ ବେଲ୍ଟକୁ ଦେଖିବା ପରେ, ଗାଡିକୁ ନିଜ ନିୟନ୍ତ୍ରଣରେ ରଖିପାରିବେ । ଯାହାଫଳରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁମାନେ ଆଉ ସଡକ ଦୁର୍ଘଟଣାର ଶିକାର ହେବେନି । କି ଅକାଳରେ ସେମାନଙ୍କର ଜୀବନ ଯିବନି । ତେଣୁ ଏହି ନିଆରା ଅଭିଯାନ ଫଳରେ ବ୍ରହ୍ମପୁର ସହରରେ ଅନେକ ଗାଈଙ୍କ ଜୀବନ ବଞ୍ଚିପାରିବ ବୋଲି ଏହି ଯୁବକମାନେ ଆଶା ରଖିଛନ୍ତି ।

ନିଜ ଉଦ୍ୟମରେ ଏଭଳି ଉଦ୍ୟମ ଆରମ୍ଭ କରିଥିବା ଏ ଯୁବଗୋଷ୍ଠୀ । ବର୍ତମାନ ସୁଦ୍ଧା ୪ଶହରୁ ଅଧିକ ଗାଈଙ୍କ ବେକରେ ଏ ରେଡିୟମ୍ ବେଲଟ ଲଗାଇସାରିଲେଣି । ଆଗକୁ ପ୍ରାୟ ୧୦ ହଜାର ଗାଈଗୋରୁଙ୍କ ବେକରେ ଏହି ରେଡିୟମ୍ ବେଲଟ୍ ଲଗାଇବାକୁ ସେମାନେ ଯୋଜନା କରିଥିବାବେଳେ, ଏହା ଅନେକ ଗାଈଗୋରୁଙ୍କ ପାଇଁ ଜୀବନ ରକ୍ଷାକାରୀ ହେଇପାରିବ ।