ମୟୂରଭଞ୍ଜରୁ ଆସିଲା ଅତି ଦୁଃଖଦ ଖବର । ଘର ସହ ଜୀବନ୍ତ ଜଳିଗଲା ୨ ମାସର ଶିଶୁ କନ୍ୟା

129

କନକ ବ୍ୟୁରୋ : ମୟୂରଭଞ୍ଜରୁ ଆସିଛି ଅତି ଦୁଃଖଦ ଖବର । ଘର ସହ ଜୀବନ୍ତ ଜଳିଗଲା ଦୁଇ ମାସର ଶିଶୁ କନ୍ୟା । ଶରତ ଥାନା ଅନ୍ତର୍ଗତ ଭଣ୍ଡାର ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା । ସୂଚନା ଅନୁସାରେ ଭଣ୍ଡାର ଗାଁର ଚୈତନ୍ୟ ମହାକୁଡଙ୍କ ଦୁଇ ମାସର ଶିଶୁ କନ୍ୟା ଘର ସହ ଜୀବନ୍ତ ଜଳିଯାଇଛି ।

ଚୈତନ୍ୟ ମହାକୁଡ ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ସ୍ତ୍ରୀ ଶୌଚ ହେବାକୁ ଯାଇଥିଲେ । ଘରେ ଖଟିଆରେ ଶୋଇରହିଥିଲା ଦୁଇ ମାସର ଶିଶୁ କନ୍ୟା ଶିବାନୀ । ହଠାତ୍ ଚୁଲିରୁ ନିଆଁ ଖଟିଆରେ ଲାଗିଯାଇଥିଲା ଓ ଏହାପରେ ନିଆଁ ପୁରା ଘରକୁ ବ୍ୟାପି ଯାଇଥିବା କୁହାଯାଉଛି । ନିଆଁରେ ପୁରା ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ଶିଶୁକନ୍ୟାଟି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛି । ଖବର ପାଇ ଶରତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।