ଜନ୍ମଦିନରେ ମୋଦୀଙ୍କୁ ୮ ଚିତା ଉପହାର : ସ୍ୱତନ୍ତ୍ର ବିମାନରେ ଭାରତ ଆସିଲେ ଆଫ୍ରିକାର ଦ୍ରୁତ ଧାବକ ଚିତା

158

କନକ ବ୍ୟୁରୋ : ଅବସରରେ ଭାରତକୁ ଆସିଲେ ୮ଟି ଚିତା ବାଘ । ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଆସି ଗୁଆଲିୟରରେ ପହଁଚିଛନ୍ତି ଚିତା । କିଛି ସମୟ ମଧ୍ୟରେ ସେମାନଙ୍କୁ ଚିନୁକ ହେଲିକପ୍ଟର ସହାୟତାରେ ମଧ୍ୟପ୍ରଦେଶର କୁନୋ ପାଲପୁର ଅଭୟାରଣ୍ୟରେ ନିଆଯିବ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ତାର ବଟମ ଦବାଇ, ଚିତା ଗୁଡିକୁ ସ୍ୱତନ୍ତ୍ର ଖୁଆଡକୁ ଛାଡିବାର କାର୍ଯ୍ୟକ୍ରମ ରହିଛି ।

ମୋଦୀଙ୍କ ପାଇଁ ଅଭୟାରଣ୍ୟରେ ଏକ ମଞ୍ଚର ବ୍ୟବସ୍ଥା କରାଯାଇଛି । ସେହି ମଞ୍ଚର ଉଚ୍ଚତା ୧୦ ଫୁଟରୁ ଅଧିକ ରହିଛି । ମଞ୍ଚ ଉପରେ ରହି ପ୍ରଧାନମନ୍ତ୍ରୀ ଜନ୍ତା ଗୁଡିକର ଗେଟ୍ ଖୋଲିବ । ତେବେ ଆସିବା ବାଟରେ ଚିତାକୁ କୌଣସି ଖାଦ୍ୟ ଦିଆଯାଇ ନାହିଁ । ଚିତାଗୁଡିକ ଛୋଟ ଛୋଟ ହୋଇଥିବାରୁ ସେମାନଙ୍କୁ ଟ୍ରାଙ୍କୁଲାଇଜ ମଧ୍ୟ କରାଯାଇନଥିବା ସୂଚନା ମଳିଛି । ନାମିବ୍ୟାରୁ ଆସୁଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ରହିଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି ।

ଚିତା ଆସିବା ପରେ ପ୍ରଥମେ ଏକ ଆବଦ୍ଧ ପରିଧି ମଧ୍ୟରେ ଭିତରେ ୩୦ ଦିନ ଯାଏଁ କ୍ୱାରରେନଣ୍ଟାଇନରେ ରଖାଯିବ । ଏହି ମାସକ କାଳ ସେମାନଙ୍କ ବ୍ୟବହାର, ଗତିବିଧି, ସ୍ୱାସ୍ଥ୍ୟ ଏପରିକି ଏଠାକାର ପରିବେଶ ସହ ଖାପ ଖୁଆଉଛି କି ନାହିଁ, ତା ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ । ପରେ ସେମାନଙ୍କୁ ଜଙ୍ଗଲରେ ଛଡାଯିବ । ଏଥିସହ ଭାରତରେ ଲୋପ ପାଇଯାଇଥିବା ଚିତା ପୁଣିଥରେ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳିଛି ।

ଚିତାର କାହାଣୀ…

– ପ୍ରାୟ ସାତ ଦଶନ୍ଧି ପରେ ଭାରତରେ ଜଙ୍ଗଲରେ ଦୌଡିବ ଚିତା ବାଘ
– ପ୍ରାୟ ୭୦ବର୍ଷ ତଳୁ ଭାରତରୁ ଲୋପ ପାଇଯାଇଥିଲା ଚିତା ବାଘ
– ବିଶ୍ୱର ଏହି ଦ୍ରୁତତମ ଧାବକ ଘଣ୍ଟାପ୍ରତି ବେଗ ୧୨୦ କିମି ବେଗରେ ଦୌଡିପାରନ୍ତି
– ଚିତାର ଦ୍ରୁତ ଗତି ଆଗରେ ଯେକୌଣସି ପ୍ରାଣୀ ହାର ମାନିଥାଏ
– ଚିତା ୭ ମିଟର ଲମ୍ବା ଲମ୍ଫ ମାରିପାରେ
– ଚିତା ବିଗ୍ କ୍ୟାଟ ପ୍ରଜାତି ପ୍ରାଣୀ
– ମହାବାଳ ବାଘ ପରି ଗର୍ଜନ କରିପାରେନାହିଁ
– ଚିତା ଆସିଲେ ନୂଆ ରେକର୍ଡ କରିବ ଭାରତ
– ବିଗ୍ କ୍ୟାଟ ପ୍ରଜାତିର ସମସ୍ତ ପ୍ରାଣୀ ଥିବା ପ୍ରଥମ ଦେଶ ହେବ ଭାରତ
– ଦେଶର ବିଭିନ୍ନ ଜଙ୍ଗଲରେ ଚିତା ଥିଲେ
– ଶିକାର ଯୋଗୁଁ ଏମାନେ ବିଲୁପ୍ତ ହୋଇଗଲେ ।
– ୧୯୪୮ ମସିହାରେ ଶେଷଥର ପାଇଁ ଚିତା ଦେଖିବାକୁ ମିଳିଥିଲା
– ୧୯୫୨ରେ ଚିତାକୁ ବିଲୁପ୍ତ ପ୍ରାଣୀ ଭାବେ ଭାରତରେ ଘୋଷଣା କରାଯାଇଥିଲା
– ଲୋପ ପାଇଯାଇଥିବା ଚିତାକୁ ପୁଣି ଥରେ ଫେରାଇ ଆଣିବା ପାଇଁ ଚିତା ପ୍ରକଳ୍ପର ଯୋଜନା କରିଥିଲେ ଭାରତ ସରକାର