୨୦୧୯ରେ ମୋଦିଙ୍କୁ ଭୋଟ୍ ଦେବେ ୭୯ ପ୍ରତିଶତ ଲୋକ : ଅନଲାଇନ୍ ସର୍ଭେ

30

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଲୋକପ୍ରିୟ ନେତା । ଟାଇମ୍ସ ଗ୍ରୁପ ଦ୍ୱାରା କରାଯାଇଥିବା ଏକ ଅନଲାଇନ୍ ସର୍ଭେରୁ ଏକଥା ଜଣାପଡ଼ିଛି । ମୋଦିଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଜିଏସଟି, ବିମୁଦ୍ରାକରଣ ପରି କିଛି କଠୋନ ନିଷ୍ପତ୍ତି ପରେ ମଧ୍ୟ ତାଙ୍କର ଲୋକପ୍ରିୟତା କମିନାହିଁ । ସମସ୍ତଙ୍କ ମନରେ ଧାରଣା ଥିଲା ମୋଦିଙ୍କ କଠୋର ନିଷ୍ପତ୍ତି ଯୋଗୁଁ ଲୋକେ ତାଙ୍କୁ ବିରୋଧ କରୁଛନ୍ତି । କିନ୍ତୁ ଲୋକଙ୍କ ବିରୋଧ ସତ୍ୱେ ଏବେ ଦେଶର ନମ୍ବର ୱାନ୍ ନେତା ହେଲ ନରେନ୍ଦ୍ର ମୋଦି । ମୋଦିଙ୍କୁ ଟକ୍କ୍ର ଦେବାପରି ନେତା ଦେଶରେ । ଅନଲାଇନ ସର୍ଭେ ଅନୁସାରେ ଭାଗ ନେଇଥିବା ୭୯ ପ୍ରତିଶତ ଲୋକଙ୍କୁ ଲାଗୁଛି ୨୦୧୯ରେ ପୁଣି ଥରେ ମୋଦି ସରକାର ଦେଶର ନେତୃତ୍ୱ ନେବେ ।

ଡିିସେମ୍ବର ୧୨ରୁ ଡିସେମ୍ବର ୧୫ ମଧ୍ୟରେ ହୋଇଥିବା ଅନଲାଇନ୍ ସର୍ଭେ । ଆଉ ଏଥିରେ ଭାଗ ନେଇଥିଲେ ୫ ଲକ୍ଷ ଲୋକ । ୯ଟି ଭାଷୋରେ ହୋଇଥିଲା ଅନଲାଇନ୍ ସର୍ଭେ । ସର୍ଭେ ଅନୁସାରେ ୨୧୦୯ ନିର୍ବାଚନରେ ୭୯ ପ୍ରତିଶତ ଲୋକେ ମୋଦିଙ୍କୁ ହିଁ ଭୋଟ ଦେବେ । ଅର୍ଥ ୭୯ ପ୍ରତିଶତ ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି । ମାତ୍ର ୨୦ ପ୍ରତିଶତ ଲୋକ ରାହୁଲ ଗାନ୍ଧୀ ଆଗାମୀ ସାଧାରଣ ନିର୍ବାଚରେ ଦେଶଳ ଗାନ୍ଧୀଙ୍କୁ ଭୋଟ୍ ଦେବେ ବୋଲି ବୋଲି ମତ ପ୍ରକାଶ କରିଛନ୍ତି ।

ଟାଇମ୍ସ ଗ୍ରୁପ୍ ଦ୍ୱାରା କରାଯାଇଥିବା ଅନଲାଇନ୍ ସର୍ଭେ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀ- ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସିଧାସଳଖ ଟକ୍କର ହେଲେ କେବଳ ୨୦ ପ୍ରତିଶତ ରାହୁଲ ଗାନ୍ଧୀଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ୭୩ ପ୍ରତିଶତ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ଭାବେ ରହୁଲ ଗାନ୍ଧୀ ଦାୟିତ୍ୱ ନେବା ପରେ ମଧ୍ୟ କଂଗ୍ରେସ ଦଳ କେନ୍ଦ୍ରରେ କ୍ଷମତାସୀନ ହେବା ପାଇଁ ବିଜପିର ବିକଳ୍ପ ହୋଇ ପାରିବ ନାର୍ହିଁ ।