ତାଇୱାନରେ ଭୀଷଣ ଭୂମିକମ୍ପ । ୯ ମିନିଟରେ ୫ଥର ଝଟକା । ତାସ ଭଳି ଭୁଷୁଡିପଡିଲା ଘର ।

197

କନକ ବ୍ୟୁରୋ: ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି।

ସୋମବାର ବିଳମ୍ବିତ ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୩ ତୀବ୍ରତାର ୮୦ରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ରାଜଧାନୀ ତାଇପେରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଛି । ଏହା ମୁଖ୍ୟତଃ ଗ୍ରାମୀଣ ପୂର୍ବ କାଉଣ୍ଟି ହୁଆଲିନ୍ ଉପରେ କେନ୍ଦ୍ରୀଭୂତ ହୋଇଥିଲା, ଯେଉଁଠାରେ ଏପ୍ରିଲ ୩ ରେ ୭.୨ ତୀବ୍ରତାର ଭୂମିକମ୍ପରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ତାଇୱାନରେ ପାଖାପାଖି ୮୦ରୁ ଅଧିକ ଝଟକା ଅନୁଭୂତ ହେଲାଣି । ଏପ୍ରିଲ ୩ ତାରିଖରେ କ୍ଷତିଗ୍ରସ୍ତ ବଡ ବଡ କୋଠା ଓ ହୋଟେଲ ଏବେ ବି ଝୁଲି ରହିଥିବା ଦେଖିବାକୁ ମିଳିଛି । ଆଜିକାର ଭୂମିକମ୍ପରେ ବଡ ବଡ କୋଠା ଭୁଷୁଡି ପଡିଥିବା ସୂଚନା ରହିଥିବାବେଳେ କୌଣସି ଜନଜୀବନ କ୍ଷତି ନେଇ ସୂଚନା ମିଳିନି ।