ସମ୍ବଲପୁର ଗସ୍ତରେ ୫-ଟି ସଚିବ । ବିଜେପିର ଜୋରଦାର ବିରୋଧ

1,950

କନକ ବ୍ୟୁରୋ : ବହୁ ବିବାଦ ସତ୍ୱେ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି ୫-ଟି ସଚିବ, ଭି.କେ ପାଣ୍ଡିଆନ୍ । ଗସ୍ତର ପ୍ରଥମ ଦିନରେ କୁଚିଣ୍ଡା, ଖିଣ୍ଡା, ରେଂଗାଲୀ ଓ ସମ୍ବଲପୁର ସହରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସଚିବ । ଏପରିକି ପାନୀୟ ଜଳ ସମସ୍ୟାର ସମାଧାନ ୨୪ଘଂଟା ମଧ୍ୟରେ କରିିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଗୋଟିଏ ପଟେ ୫ଟି ସଚିବ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରୁଥିବାବେଳେ, ସମ୍ବଲପୁର ଓ କୁଚିଣ୍ଡାରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ସମ୍ବଲପୁରରେ ବିଜେପି କର୍ମୀମାନେ ହାତରେ ପ୍ଲାକାର୍ଡ ଧରି, ପାଣ୍ଡିଆନ ଗୋ ବ୍ୟାକ ନାରା ଦେବା ସହ ପ୍ରତିବାଦ ଜଣାଇଛନ୍ତି । କୁଚିଣ୍ଡାରେ କଳା ପୋଷାକ ପିନ୍ଧି ସଚିବଙ୍କ ବିରୋଧରେ ଧାରଣା ଦେଇଛନ୍ତି । ରେଂଗାଲୀରେ ମଧ୍ୟ ବିଜେପି ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି   ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୫-ଟି ସଚିବଙ୍କ ଗସ୍ତକୁ ବିରୋଧୀ ରାଜନୈତିକ ଗସ୍ତ କହି ସମାଲୋଚନା କରୁଥିଲେ ବି ଏଥିରେ ରୋକ ଲାଗିନି । ବରଂ ପୂର୍ବ ତୁଳନାରେ ଅଧିକ ସ୍ଥାନକୁ ଗସ୍ତ କରିଛନ୍ତି ସଚିବ । ଯାହା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ।