ଛତିଶଗଡରୁ କୋରାପୁଟ ଆସୁଥିବା ସ୍କର୍ପିଓରୁ ଲକ୍ଷ ଲକ୍ଷ ଟଙ୍କା ଜବତ କଲେ ବିଏସଏଫ୍ ଯବାନ୍ । ୨ ଜଣଙ୍କୁ ଅଟକ ରଖି ଓଡିଶା ପୁଲିସକୁ କଲେ ହସ୍ତାନ୍ତର ।

555

କନକ ବ୍ୟୁରୋ: ଛତିଶଗଡରୁ କୋରାପୁଟ ଆସୁଥିବା ଏକ ସ୍କର୍ପିଓରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ ହୋଇଛି । ବିଏସଏଫ ଜବାନମାନେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ପୁଲିସ ଥାନାର କୋଡ୍ରିମାଳପୁଟ ନିକଟରେ ଏହି ଟଙ୍କା ଜବତ କରିଛନ୍ତି । ବିଏସଏଫ ଏହି ଟଙ୍କା, ୪ଟି ମୋବାଇଲ ଓ ସ୍କର୍ପିଓ ଜବତ କରିବା ସହ ୨ ଜଣ ଲୋକଙ୍କୁ ଅଟକ ରଖି ଓଡିଶା ପୁଲିସକୁ ହସ୍ତାନ୍ତର କରିଛି ।

ମିଳିଥିବା ସୂଚନା ଅନୁସାରେ ବିଏସଏଫ ଯବାନମାନେ ଡ୍ୟୁଟିରେ ଥିବା ବେଳେ ରାସ୍ତାରେ ଯାଉଥିବା ସ୍କର୍ପିଓକୁ ଦେଖି ସନ୍ଦେହ କରିଥିଲେ । ଗାଡିକୁ ଯାଂଚ କରିବା ସମୟରେ ଏତେ ପରିମାଣର ଟଙ୍କା ମିଳିଥିଲା । ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଘଟଣା ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କୋରାପୁଟ ଅତିରିକି ଏସପି । ଗଂଜେଇ ମାଫିଆଙ୍କ ଦ୍ୱାରା ଏହି ଟଙ୍କା ଚାଲାଣ ହେଉଥିବା ଆଡିସନାଲ ଏସପି କହିଛନ୍ତି ।