୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ୨ ନାବାଳକ ଅଟକ । ରିଆମାଳରୁ ଆସିଲା ଲଜ୍ଜାଜନକ ଖବର

756

କନକ ବ୍ୟୁରୋ : ରିଆମାଳ ଥାନାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମା’ ଦ୍ୱାରା ହୋଇଥିବା ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରି ସଂପୃକ୍ତ ୨ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନ ୧୧ଟାରେ ନାବାଳିକା ନିଜ ଘର ବାହାରେ ଏକାକୀ ଖେଳୁଥିଲା । ଏହି ସମୟରେ ଗାଁର ୨ ଜଣ ନାବାଳକ ତାକୁ ଡାକି ନେଇଥିଲେ ଏବଂ ଖରାପ କାମ କରିଥିଲେ । ନାବାଳିକାର ମା’ ୧୧ଟା ୪୦ରେ ଗାଁ ଦାଣ୍ଡ ଓ ପଡ଼ିଶା ଘରେ ଝିଅକୁ ବହୁ ଖୋଜାଖୋଜି କରି ଶେଷରେ ପାଇଥିଲେ । ମା’କୁ ଦେଖି ଝିଅ ବହୁତ କାନ୍ଦିଥିଲା। ଗାଁର ୨ ଜଣ ଭାଇଙ୍କ ଦ୍ୱାରା  ହୋଇଥିବା ଘଟଣା ବାବଦରେ ସେ ମା’କୁ କହିଥିଲା । ଝିଅର କହିବା ଅନୁସାରେ ଶେଷରେ ମା’ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣା ସହିତ ଜଡ଼ିତ ୨ ନାବାଳକୁ ପଚରାଉଚରା କରୁଛି ।