ପଦ୍ମପୁର ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ?

390

କନକ ବ୍ୟୁରୋ: ପଦ୍ମପୁର ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବେ ପ୍ରଭାରୀ ଏ.ଚେଲ୍ଲା କୁମାର ଓ ରୁଦ୍ର ରାଜୁ । ଏହି ଲିଷ୍ଟରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି । ସେହିପରି ନରସିଂହ ମିଶ୍ର, ଜୟଦେବ ଲେଙ୍କା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଦାସ, ସପ୍ତଗିରି ଉଲ୍ଲାକାଙ୍କ ନାଁ ଷ୍ଟାର କ୍ୟାମ୍ପେନର ଲିଷ୍ଟରେ ରହିଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଗାଁ ଗାାଁରେ ବୁଲିଲେଣି ନେତା । ନାମାଙ୍କନ ପରେ ପରେ ଶକ୍ତି ପଦର୍ଶନ କରୁଛନ୍ତି ସବୁ ପ୍ରାର୍ଥୀ । ଆଜି ବିଜେଡି ପ୍ରାର୍ଥୀ ବର୍ଷା ବରିହା ସମର୍ଥକଙ୍କ ସହ ବାଇକ ରାଲି କରି ପ୍ରଚାର କରିଛନ୍ତି । ଘରକୁ ଘର ବୋଲି ଭୋଟରଙ୍କ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମାରାଥନ କ୍ୟାମ୍ପେନ କରିଛି । ସମର୍ଥକଙ୍କ ସହ ବାଜା ବଜାଇ ଗାଁ ଗାଁ ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି ।