ଡରାଉଛି କରୋନାର ନୂଆ ସବ ଭାରିଆଣ୍ଟ । କେରଳରେ ୩ଶହ ନୂଆ ସଂକ୍ରମିତ ଚିହ୍ନଟ, ୨୪ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ।

218

କନକ ବ୍ୟୁରୋ: ପୁଣି ଡରାଉଛି କୋଭିଡର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ । ଗତ ୨୪ ଘଣ୍ଟାରେ କେରଳରେ କୋଭିଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର ହୋଇଛି । ଏବେ କେରଳରେ ୨ ହଜାର ୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨ ହଜାର ୩୧୧ ରହିଛି ।

କୋଭିଡର ନୂଆ ପ୍ରଜାତି ଜେଏନ୍ ଡଟ୍ ୱାନ ଏବେ ଚିନ୍ତା ବଢ଼ାଇଛି । ବିଶେଷକରି କେରଳରେ ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁଖ୍ୟତଃ ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ନଭେମ୍ବରରେ ପ୍ରଥମେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିଲା, ଏହାପରେ ମାମଲା ବଢ଼ିବାରେ ଲାଗିଛି । ସେପଟେ ମହାରାଷ୍ଟ୍ରରେ ଗୋଟିଏ କେସ୍ ଚିହ୍ନଟ ହୋଇଥିବା ବେଳେ ଗୋଆରେ ମଧ୍ୟ ଏହି ପ୍ରଜାତି ଠାବ ହୋଇଛି । ସେପଟେ କର୍ଣ୍ଣାଟକରେ କୋଭିଡ ଜନିତ ମୃତ୍ୟୁ ହୋଇଥିଲେ ବି ଏହା ନୂଆ ପ୍ରଜାତି କି ନୁହେଁ, ସ୍ପଷ୍ଟ ହୋଇପାରି ନାହିଁ ।