ପୁଣି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ । ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନାଚକୁ ବିରୋଧ କଲେ ଦର୍ଶକ

2,063

କନକ ବ୍ୟୁରୋ: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଅଭିଯୋଗ । ବାଲେଶ୍ୱର କୁରୁଣ୍ଠିଆ ଗାଁରେ ବାଣେଶ୍ୱରୀ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଦର୍ଶକ । ଖୋଲା ମଞ୍ଚରେ ଆଇଟମ ଗାର୍ଲ ଲଭଲି ଅଶ୍ଳୀଳ ନୃତ୍ୟ କରୁଥିବା ଅଭିଯୋଗ ହୋଇଛି । ଯାତ୍ରା ପେଣ୍ଡାଲ ଉପରେ ଏପରି ଅଶ୍ଳୀଳ ନୃତ୍ୟକୁ ଦର୍ଶକ ବିରୋଧ କରିବା ପରେ ପେଣ୍ଡାଲରୁ ଫେରିଯାଇଥିଲେ ଆଇଟମ ଗାର୍ଲ ଲଭଲି । ଚେୟାର ଉପରେ ଛିଡ଼ା ହୋଇ ଦର୍ଶକ ଏହାକୁ ତୀବ୍ର ବିରୋଧ କରିଥିଲେ । ଯାତ୍ରାରେ ଏପରି ଅଶ୍ଳୀଳ ନୃତ୍ୟ କରିବାକୁ ନେଇ ଯାତ୍ରା ପ୍ରେମୀ ଏହାକୁ ବିରୋଧ କରିଛନ୍ତି ।