ଗଭୀର ବୋରୱେଲରେ ୩ ବର୍ଷର ଶିଶୁ: ୨୨୫ ଫୁଟ୍ ଗଭୀର କୂଅର ୪୮ ଫୁଟ୍ ତଳେ ଲଟକି ରହିଛି କୁନି ଝିଅ, ଉଦ୍ଧାର ପାଇଁ ୧୯ ଘଂଟା ଧରି ଜାରି ରହିଛି ଉଦ୍ୟମ

38

କନକ ବ୍ୟୁରୋ: ବୋରୱେଲ ଭିତରେ କୁନି ଝିଅ । ୨୨୫ ଫୁଟ ଗଭୀର ଏକ ବୋରୱେଲ ଭିତରକୁ ଖସି ପଡିଛି ୩ ବର୍ଷର ଏକ ଶିଶୁକନ୍ୟା । ବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ଝିଅଟି ବୋରୱେଲ ଭିତରେ ୪୮ ଫୁଟ ତଳକୁ ଖସି ଅଟକି ରହିଛି । ଝିଅଟିକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗତକାଲି ଅପରାହ୍ନ ୪ଟା ବେଳେ ଝିଅଟି ବୋରୱେଲ ଭିତରକୁ ଖସି ପଡିଥିଲା । ତେଣୁ ଉଦ୍ଧାର କାର୍ଯ୍ୟକୁ ପାଖାପାଖି ୧୯ ଘଂଟା ବିତି ସାରିଛି । ଭାଗଲପୁରରୁ ଏସଡିଆରଏଫ ଟିମ୍ ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି ।

ଝିଅଟିର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଆଶଙ୍କା କରି ବୋରୱେଲ ଭିତରକୁ ପାଇପ୍ ସାହାଯ୍ୟରେ ଅକ୍ସିଜେନ୍ ଯୋଗାଣ କରାଯାଉଛି । ଏହା ସହ ସିସିଟିଭି କ୍ୟାମେରା ସାହାଯ୍ୟରେ ଝିଅଟିର ଗତିବିଧିକୁ ଅନୁଧ୍ୟାନ କରାଯାଉଛି ।