ଟ୍ରାକରୁ ଖସିଲା ବିକାନେର ଏକ୍ସପ୍ରେସ: ୩ ଜଣଙ୍କ ମୃତ୍ୟୁ ସୂଚନା, ଅନେକ ଆହତ

150

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିକାନେର ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ । ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ । ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପାଟନାରୁ ଗୌହାଟୀ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଟ୍ରେନ । ପଶ୍ଚିମବଙ୍ଗ ଜଲପାଇଗୁଡିର ମୈନାଗୁଡିଠାରେ ଲାଇନଚ୍ୟୁତ ହୋଇଥିଲା ଟ୍ରେନ ।

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । କିଛି ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏବେ ବି ଜାରି ରହିଛି ଉଦ୍ଧାର କାମ । ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କାମ ଜାରି ରଖିଛନ୍ତି ।