ମୋଦିଙ୍କ ତିନିଟି ଐତିହାସିକ ପଦକ୍ଷେପ ! ଯାହା ଦୋହଲାଇ ଦେଇଛି ସମଗ୍ର ବିଶ୍ୱକୁ

111

୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୋଦି ଅନେକ ଚର୍ଚ୍ଚିତ ନିଷ୍ପତି ନେଇଛନ୍ତି । କିନ୍ତୁ ଏହା ଭିିିତରେ ରହିଛି ୩ଟି ଉଚ୍ଚକୋଟିର ପଦକ୍ଷେପ ଯାହା ଦୋହଲାଇ ଦେଇଛି ସଂପୂର୍ଣ୍ଣ ବିଶ୍ୱକୁ । ଏବେ ନଜର ପକାନ୍ତୁ ମୋଦିଙ୍କ ହାହାକାରି ତିନିଟି ନିଷ୍ପତି ଯାହା ଭାରତକୁ ଦେଇଛି ନୂଆ ପରିଚୟ ।

ବିମୁଦ୍ରାକରଣ :

ମୋଦି ଗତବର୍ଷ ନଭେମ୍ବର ମାସରେ ୫୦୦ ଏବଂ ୧୦୦୦ଟଙ୍କିଆ ନୋଟ୍ ବନ୍ଦ କରିବାର ନିଷ୍ପତି ନେଇଥିଲେ । ହେଲେ ଏତେ ସହଜ ନଥିଲା ଏହି ନିଷ୍ପତି । ଦେଶର ଅର୍ଥନୀତିକୁ କିଛି ସମୟ ପାଇଁ ଦୋହଲାଇ ଦେଇଥିଲା । କିନ୍ତୁ ପୁରା ଦୁନିଆଁ ମୋଦିଙ୍କ ଏହି ନିଷ୍ପତି ପ୍ରଶଂସା କରିବା ସହ ଏକ ସାହାସିକାତାର ପଦକ୍ଷେପ ବୋଲି କହିଥିଲା ।

ସର୍ଜିକାଲ୍ ଷ୍ଟ୍ରାଇକ୍ :

ପାକିସ୍ତାନରେ ମୋଦିଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ପୁରା ବିଶ୍ୱରେ ଖେଳାଇ ଦେଇଥିଲା ଚାଂଚଲ୍ୟ । ପାକିସ୍ତାନ ନିଜ ଇଜ୍ଜତ ବଂଚାଇବା ପାଇଁ ନାଁ ନାଁ କରୁଥିଲା କିନ୍ତୁ ଭାରତ ତାଙ୍କରି ଏରିୟାରେ ପଶି ପ୍ରତିଶୋଧ ନେଇକି ଆସିଲା । ଅନ୍ତରାଷ୍ଟ୍ରିୟ ସ୍ତରରେ ମୋଦିଙ୍କ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ ନିଷ୍ପତିକୁ ଖୁବ୍ ପ୍ରଶଂସା ମିଳିଥିଲା । ଆଉ ଏବେ ପରିସ୍ଥିତି ଏମିତି ହୋଇଛି ଯେ ଇରାନ୍ ବି ପାକିସ୍ତାନକୁ ଭାରତ ପରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ଧମକ ଦେଉଛି ।

ଏକ ସାଙ୍ଗରେ ୧୦୪ଟି ସାଟେଲାଇଟ୍ ଛାଡିବା :

ଫେବ୍ରୁଆରୀ ୨୦୧୭ରେ ଭାରତ ନିଜର ଏହି ସଫଳତାରେ ଆମେରିକା ଏବଂ ଋଷ ପରି ଦେଶର ଉଡାଇଦେଇଥିଲା ହୋସ୍ । ଭାରତୀୟ ବୈଜ୍ଞାନିକ ମାନେ ନିଜର କୌଶଳ ଦେଖାଇବା ସହ ଏକ ସାଙ୍ଗରେ ୧୦୪ଟି ସାଟେଲାଇଟ୍ ଅନ୍ତରୀକ୍ଷରେ ଲଂଚ କରିଥିଲେ । ଏହି ବିଶ୍ୱ ରେକର୍ଡ କରି ଭାରତ ପୁରା ବିଶ୍ୱରେ ଜାହିର୍ କରିଥିଲା ନିଜର ଦବଦବା ।