ଅକ୍ଷୟ ତୃତୀୟା ପାଳନ ବେଳେ ମହୁମାଛି ଆକ୍ରମଣ : ୩ ଆହତ ମେଡିକାଲରେ ଭର୍ତ୍ତି

83

କନକ ବ୍ୟୁରୋ : ଅକ୍ଷୟ ତୃତୀୟା ପାଳନ ବେଳେ ମହୁମାଛି ଆକ୍ରମଣ । ନୂଆପଡ଼ା ସଦର ବ୍ଲକ ଗୋଡ଼ଫୁଲାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ହଠାତ୍ ମହୁମାଛି ଆକ୍ରମଣରେ ୩ଜଣ ରୋଷେୟା ଗୁରୁତର ଆହତ ହୋଇପଡ଼ିଥିଲେ । ଆହତମାନେ ହେଲେ ଅନ୍ତରାମ ବାଗ୍, ଚେତରାମ ପଟେଲ, ଫଗୁ ପଟେଲ ।

ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସୂଚନା ଅନସାରେ ଏହି କାର୍ଯ୍ୟକ୍ରମରେ ରୋଷେଇ ପାଇଁ ବ୍ୟବସ୍ଥା ହୋଇଥିଲା । ଗଛତଳେ ରୋଷେଇ ପାଇଁ ନିଆଁ ଜାଳିବାରୁ ଗଛଡାଳରେ ଥିବା ମହୁ ଫେଣାରୁ ମହୁମାଛିମାନେ ବାହାରି ରୋଷେୟାମାନଙ୍କୁ ଆକ୍ରମଣ କରିଥିଲେ ।