ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ୩ ପ୍ରାର୍ଥୀ । ମୋଦି ଓ ନବୀନଙ୍କୁ ଧନ୍ୟବାଦ ଦେଲେ ବିଜେପି ପ୍ରାର୍ଥୀ ଅଶ୍ୱିନୀ, କହିଲେ ଓଡିଶାର ସ୍ୱାର୍ଥ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବି ।

248

କନକ ବ୍ୟୁରୋ : ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ୨ ଓ ବିଜେପିର ଜଣେ ପ୍ରାର୍ଥୀ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା । ପୂର୍ବରୁ ୩ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବାରୁ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ୩ ପ୍ରାର୍ଥୀ । ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର ସ୍ପଷ୍ଟ କରିଛନ୍ତି ।

୩ ଆସନ ପାଇଁ ୩ ଜଣ ପ୍ରାର୍ଥୀ ରହିଥିବାରୁ ଭୋଟଗ୍ରହଣ ହୋଇନଥିଲା । ବିଜେଡିର ୨ ରାଜ୍ୟସଭା ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକୀୟ ସଂଖ୍ୟା ରହିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାରୁ ନିଦ୍ୱର୍ନ୍ଦ୍ୱରେ ୩ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଏଥିପାଇଁ ଉଭୟ ନବୀନ ଓ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ବିକାଶ ପାଇଁ ଯେଉଁରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଏଥିପାଇଁ ଉଭୟ ନବୀନ ଓ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବି ବୋଲି କହିଛନ୍ତି ବୈଷ୍ଣବ ।

ଏହାଛଡା କଂଗ୍ରେସ ଯେଉଁ ଖଣି ପ୍ରସଙ୍ଗରେ ଅଶ୍ୱିନୀଙ୍କୁ ଟାର୍ଗେଟ କରୁଛି ସେ ନେଇ କହିଛନ୍ତି, ମୋ ଜୀବନ ଗୋଟିଏ ଖୋଲା ବହି । କୌଣସି ଜିନିଷ ଲୁଚାଇ ନାହିଁ । କଂଗ୍ର୍ରେସ ମୋ ବିରୋଧରେ ଯେଉଁ ଅଭିଯୋଗ ଆଣୁଛି ସେ ବାବଦରେ ଆଇନର ଆଶ୍ରୟ ନେବା ଆବଶ୍ୟକ । ପୂର୍ବରୁ ଅଶ୍ୱିନୀଙ୍କ ଖଣି ଲିଙ୍କ୍ ନେଇ କଂଗ୍ରେସ ଅଭିଯୋଗ ଆଣିଥିଲା ।