ଛତିଶଗଡରେ ୨ ମାଓବାଦୀ ନିହତ । ଛତିଶଗଡ ଗୋମେ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍ ମଧ୍ୟରେ ହୋଇଥିଲା ଏନକାଉଣ୍ଟର ।

139

କନକ ବ୍ୟୁରୋ: ୨ ମାଓବାଦୀଙ୍କ ମୃତ୍ୟୁ । ଛତିଶଗଡ କାଂକେର ଜିଲ୍ଲାରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଖବର ପାଇ କୋଏଲାବାଡି ଥାନା ଅନ୍ତର୍ଗତ ଗୋମେ ଜଂଗଲରେ ଡିଆରଜି, ବସ୍ତର ଟାଇଗର୍ସ ଓ ବିଏସଏଫ ଯବାନ ଅପରେସନ କରିଥିଲେ । ଗୁଳିବିନିମୟ ବେଳେ ଘଟଣାସ୍ଥଳରୁ ଦୁଇ ପୁରୁଷ ମାଓବାଦୀଙ୍କ ମର ଶରୀର ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଇନସାସ ରାଇଫଲ ଓ ଦେଶୀ ବନ୍ଧୁକ ଜବତ ହୋଇଛି ।