ଗ୍ରାମାଂଚଳରେ ଭଲ ଶିକ୍ଷକ ଥିବା ଶିକ୍ଷାନୁଷ୍ଠାନ ଅଧିକ ପସନ୍ଦ! ସହରର ନାମକରା କଲେଜ ପ୍ରତି ମେଧାବୀ ଛାତ୍ରଛାତ୍ରୀ ବିମୁଖ

1,429

କନକ ବ୍ୟୁରୋ : ଗତକାଲି କଟଅଫ୍ ମାର୍କ ପ୍ରକାଶ ପାଇବା ପରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତି ଦୁଇ ନାମଲେଖା । ପ୍ରଥମ ଦିନରେ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନାମଲେଖା ହୋଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ବିଶେଷଜ୍ଞଙ୍କ କହିବା ହେଲା,

– ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ଆକର୍ଷଣ ହରାଉଛନ୍ତି
– ସହରର ନାମକରା କଲେଜ ପ୍ରତି ମେଧାବୀ ଛାତ୍ରଛାତ୍ରୀ ବିମୁଖ
– ଭଲ ଶିକ୍ଷକ ଥିବା ଗ୍ରାମାଂଚଳ ଶିକ୍ଷାନୁଷ୍ଠାନ ଅଧିକ ପସନ୍ଦ
– ସରକାରୀ ଶିକ୍ଷାନୁଷ୍ଠାନ ପ୍ରତିଯୋଗିତାରେ ପଛରେ ପଡୁଛନ୍ତି
– ଶିକ୍ଷକ ଅଭାବ ଓ ଛାତ୍ର ଅଶାନ୍ତି ଏହାର ପ୍ରମୁଖ କାରଣ

ଚଳିତ ବର୍ଷ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଛାତ୍ରଛାତ୍ର୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯାୟରେ ୪ ଲକ୍ଷ ୧୨ ହଜାର ୩୬୮ ଜଣଙ୍କୁ ସିଟ୍ ଆଲର୍ଟମେଂଟ କରାଯାଇଛି । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଓ ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ମନୋନୀତ ହୋଇଛନ୍ତି ।

ଏଥର ଯୁକ୍ତ ଦୁଇ ପ୍ରଥମ କଟଅଫରେ କଟକର ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । କଳା, ବିଜ୍ଞାନ ଓ ବାଣିଜ୍ୟ ସମସ୍ତ ୩ଟି ଷ୍ଟ୍ରିମରେ ପ୍ରଥମ ପସନ୍ଦ ପାଲଟିଛି ରେଭେନ୍ସା । ତେବେ ଆକର୍ଷଣ ହରାଉଥିବା ସହରୀ ଶିକ୍ଷାନୁଷ୍ଠାନକୁ ନେଇ ଅଭିଭାବକ ମତ ରଖିଛନ୍ତି । ବଡ ସହରରେ ରହି ପାଠ ପଢିବା ନିମ୍ନ ଆୟକାରୀଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଛାତ୍ର ଅଶାନ୍ତି ଓ ରାଗିଂ ମଧ୍ୟ ଏହା ପଛର ଏକ ବଡ କାରଣ ବୋଲି ମତ ରଖିଛନ୍ତି କିଛି ଅଭିଭାବକ । ତେବେ ଜୁଲାଇ ୧୯ରେ ପ୍ରକାଶ ପାଇବ ଦ୍ୱିତୀୟ ପ ର୍ଯ୍ୟାୟ କଟଅଫ ମାର୍କ । ସେହିପରି ୨୦ରୁ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିବ ।