ଟ୍ରେନରେ ତତ୍କାଳ ଟିକେଟ୍ ପାଇଁ ନାହିନଥିବା ଅସୁବିଧା ଭୋଗୁଛନ୍ତି କି ? ଏହି ଗୋଟିଏ ଉପାୟ ଆପଣାଇ ୩୦ ସେକେଣ୍ଡରେ କରିପାରିବେ ଟ୍ରେନ୍ ଟିକେଟ୍ ,ଜାଣିନିଅନ୍ତୁ କ’ଣ ରହିଛି ତରିକା !

127

ଫେଷ୍ଟିଭ୍ ସିଜନର ଆରମ୍ଭ ହୋଇଯାଇଛି । ଏହି ସମୟରେ ମଲର ସେଲ୍ ଏବଂ ଯାତାୟତରେ ରିହାତି ପ୍ରତି ସମସ୍ତଙ୍କ ନଜର ଥାଏ । ଏଥିରେ ଅଧିକ ଟ୍ରେନ୍ ଟିକେଟ୍ ପାଇବା ପାଇଁ ଧସ୍ତାଧସ୍ତି ଲାଗିଥାଏ । ତେବେ ଅଧିକତର ମାମଲାରେ ଏଭଳି ହୋଇଥାଏ ଯେ ଆମେ କୌଣସି ପର୍ବପର୍ବାଣୀରେ ଯେତେବେଳେ ବି ବାହାରକୁ ଯିବାକୁ ଚେଷ୍ଟା କରିଥାଉ ଠିକ୍ ସମୟରେ ଆମକୁ ଟିକେଟ୍ ମିଳିନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରକ୍ରିୟା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଗୋଟିଏ ମିନିଟରେ ତତ୍କାଳ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ । ଏହି କଥା ସମସ୍ତେ ଜାଣିଛନ୍ତି ଯେ ତତ୍କାଳ ଟିକେଟ୍ ବୁକିଂ ମାତ୍ର କିଛି ସମୟ ପାଇଁ ହୋଇଥାଏ ।

ଯେତେବେଳେ ଆମେ ତତ୍କାଳ ଟିକେଟ୍ ପାଇଁ ପ୍ରୋସେସ୍ ଆରମ୍ଭ କରୁ ସେତେବେଳେ ଯଦି ୧ ସେକେଣ୍ଡର ମଧ୍ୟ ବିଳମ୍ବ ହେଲେ ମଧ୍ୟ ଆମେ ଟିକେଟ୍ ବୁକିଂ କରିପାରିନଥାଉ । ଏଭଳି ସମୟରେ ଆମକୁ ସ୍ପିଡରେ ଚାଲୁଥିବା ଇଣ୍ଟରନେଟ୍ ଏବଂ ବିନା ହାଙ୍ଗ୍ ହେଉଥିବା ସିଷ୍ଟମର ଆବଶ୍ୟକତା ରହିଛି,ଯେଉଁଥିରେ ଆମେ ଆମ ବ୍ୟକ୍ତିଗତ ଇନଫରମେସନ୍ କୁ ଶୀଘ୍ର ଫିଲ୍ କରିପାରିବେ ଏବଂ ଟିକେଟ୍ ବୁକ୍ କରିପାରିବା । ଯଦି ଆପଣ ଏଭଳି କରିପାରୁନାହାନ୍ତି ତେବେ ଆପଣ ‘Tatkal For Sure’ ବ୍ରାଉଜର୍ ଏକ୍ସଟେନ୍ସନର ବ୍ୟବହାର କରିପାରିବେ । ଏହି ଏକ୍ସଟେନ୍ସନ ସାହାଯ୍ୟରେ ଆପଣ ମାତ୍ର କିଛି ସେକେଣ୍ଡରେ ଟିକେଟ୍ ବୁକ୍ କରିପାରିବେ । ଏହି ଏକ୍ସଟେନ୍ସନ ଜରିଆରେ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କୁ ଏହି ଷ୍ଟେପକୁ ଫଲୋ କରିବା ଆବଶ୍ୟକ ।

ଯଦି ଆପଣ ଏକ ମିନିଟରୁ କମ୍ ସମୟ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଗୁଗୁଲରେ ‘Tatkal For Sure’ ବ୍ରାଉଜର୍ ଏକ୍ସଟେନ୍ସନ୍ ସର୍ଚ୍ଚ କରନ୍ତୁ । ଏହା ପରେ ପୁନଶ୍ଚ ଫାୟାରଫକ୍ସ କିମ୍ବା କ୍ରୋମ ଏକ୍ସଟେନ୍ସନ ଷ୍ଟୋରରେ ଯାଇ ‘Tatkal For Sure’ ର ଡାଇଲଗ୍ ବକ୍ସରେ Add to Chrome ରେ କ୍ଲିକ୍ କରନ୍ତୁ । ଏମିତି କରିବାର କିଛି ସମୟ ମଧ୍ୟରେ କ୍ରୋମ ଏକ୍ସଟେନ୍ସନ ଆପଣଙ୍କ ବ୍ରାଉଜରରେ ଆଡ୍ ହୋଇଯିବ । ଆଡ୍ ହେବା ପରେ ଏହାକୁ ଆଲାଓ କରନ୍ତୁ । ‘Tatkal For Sure’ ଏକ୍ସଟେନ୍ସନକୁ କ୍ରୋମ ବ୍ରାଉଚରରେ ଆଡ୍ ହେବା ପରେ ଏହା ଉପରେ କ୍ଲିକ୍ କରନ୍ତୁ । ଏହା କରିବାର କିଛି ସମୟ ପରେ ନୂଆ ୱିଣ୍ଡୋ ଖୋଲିବ ଯେଉଁଥିରେ ୪ ଟି ଅପ୍ସନ୍ ଦି÷ଆଯିବ । ପ୍ରଥମ irctc ଲଗଇନର ଥିବାବେଳେ ଏହା ଉପରେ କ୍ଲିକ୍ କରି irctc ଲଗଇନ ଆଇଡି ଏବଂ ପାସୱାର୍ଡ ଦେଇ ଲଗଇନ୍ କରନ୍ତୁ । ଏହାପରେ ଦ୍ୱିତୀୟ ପେଜରେ ନିଜ ଟ୍ରିପ୍ ଡଟେଲ୍ ଦିଅନ୍ତୁ । ଏହାପରେ ଆପଣ ବୋର୍ଡିଙ୍ଗ ଷ୍ଟେସନ୍ ଏବଂ ଆରାଇଭିଙ୍ଗ୍ ଷ୍ଟେସନର ବିବରଣୀ ଦିଅନ୍ତୁ । ଏହାପରେ କେଉଁ ଦିନ ଆପଣଙ୍କୁ ଗସ୍ତ କରିବାର ଅଛି ତାହା ବିବରଣୀ ଦିଅନ୍ତୁ । ଏହାପରେ ପରବର୍ତ୍ତୀ ପେଜରେ ଆପଣଙ୍କୁ ପେସେଞ୍ଜର ଇନଫୋର ଅପ୍ସନ୍ ମିଳିଯିବ । ଏଥିରେ ଆପଣକୁ ସେହି ଲୋକମାନଙ୍କ ଡିଟେଲ୍ ଦେବାକୁ ହେବ ଯାହା ସହ ଆପଣ ଯାତ୍ରା କରିପାରିବେ । ଏଠାରେ ଆପଣ ନେଟ୍ ବ୍ୟାକିଂଙ୍ଗ୍ ଡେବିଟ୍ କାର୍ଡ ଏବଂ ପେମେଣ୍ଟ୍ ୱଲେଟର ଅପ୍ସନ୍ ମଧ୍ୟ ଚୁଜ୍ କରିପାରିବେ । ଏହା କରିବା ପରେ ବୁକ୍ ନାଓରେ କ୍ଲିକ୍ କରନ୍ତୁ । ତେବେ ଏହି କଥାର ଧ୍ୟାନ ରଖନ୍ତୁ ଯେ ‘Tatkal For Sure’ ବ୍ରାଉଚର ଏକ୍ସଟେନ୍ସନ Google Chrome ଏବଂ Firefox Browser ହିଁ ଚାଲିଥାଏ । ଏହାକୁ ଡେଷ୍କଟପ୍ ସହ ଆପଣ ମୋବାଇଲ୍ ବ୍ରାଉଚରରେ ମଧ୍ୟ ବ୍ୟବହାର କରିପାରିବେ । ତେବେ ଆପଣଙ୍କୁ ୧୦.୦୦ ରୁ ୧୧.୦୦ ଭିତରେ କିଛି ମିନିଟ୍ ପୂର୍ବରୁ ‘Tatkal For Sure’ ପେଜରେ ଯିବାକୁ ହେବ । ବୁକିଂ ଟାଇମ୍ ଆରମ୍ଭ ହେବା ପୂର୍ବରୁ ଆପଣଭ୍କୁ କେବଳ ଲାଷ୍ଟ୍ ପେଜରେ ଯିବାକୁ ପଡିବ ଏବଂ ବୁକ୍ ନାଓରେ କ୍ଲିକ୍ କରିବାକୁ ପଡିବ । ଏହାପରେ ଏହି ଅନଲାଇନ୍ ଟୁଲ୍ ସ୍ୱୟଂ ହିଁ ବୁକିଂର ସବୁ କାମ କରିଦେବ ।