ଋଷ-ୟୁକ୍ରେନ୍ ଯୁଦ୍ଧ : ୧୦୦ ଦିନ ପୂରଣ ବେଳେ ଋଷର ବଡ଼ ଘୋଷଣା; ଲକ୍ଷ୍ୟ ହାସଲ ଯାଏଁ ୟୁକ୍ରେନରେ ଜାରି ରହିବ ସାମରିକ ଅପରେସନ୍

107

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ୧୦୦ ଦିନ ପୂରିଛି । ଏହି ଅବସରରେ ବଡ଼ ଘୋଷଣା କରିଛି ରୁଷ । ସବୁ ଲକ୍ଷ୍ୟ ହାସଲ ହେବା ଯାଏଁ ୟୁକ୍ରେନରେ ସାମରିକ ଅପରେସନ୍ ଜାରି ରଖିବ ବୋଲି କହିଛି ଋଷ । ଅନ୍ୟପଟେ ୟୁକ୍ରେନ୍ ଯୁଦ୍ଧ ପାଇଁ କେବଳ ମେ’ ଶେଷ ସପ୍ତାହରେ ୭୦ ଲକ୍ଷ ଲୋକ ଦେଶ ଛାଡିଛନ୍ତି । ସେହିପରି ଆହୁରି ୮୦ ଲକ୍ଷ ଲୋକ ନିଜ ଦେଶରେ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ଯୁଦ୍ଧର ଏହି ଶହେ ଦିନ ଭିତରେ ୟୁକ୍ରେନ୍ ନିଜ ଦେଶର ୨୦ ପ୍ରତିଶତ ଅଞ୍ଚଳ ହରାଇ ସାରିଲାଣି ।

ଡୋନବାସରେ ଅନେକ ସହର ରୁଷ ସେନାର ନିୟନ୍ତ୍ରଣକୁ ଚାଲିଯାଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷ ସୈନ୍ୟମାନେ ଡୋନବାସର କ୍ରୋମାଟୋସ୍କ ସହରରେ ନିଜର ପ୍ରଶାସନିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଋଷ ଗୋଟିଏ ପରେ ଗୋଟିଏ ସହର ଦଖଲ କରିବା ଓ ବୋମାବର୍ଷା କରି ସବୁ କିଛି ଛାରଖାର କରିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଫେବ୍ରୁଆରୀ ୨୪ ତାରିଖ ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି ।