ଆପଣଙ୍କ ଆଧାରକାର୍ଡ ୧୦ ବର୍ଷ ପୁରୁଣା କି? ଶୀଘ୍ର କରିନିଅନ୍ତୁ ଅପଡେଟ

425

କନକ ବ୍ୟୁରୋ: ଆଧାର କାର୍ଡ ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ଡକ୍ୟୁମେଣ୍ଟ । ବ୍ୟାଙ୍କରେ ଖାତା ଖୋଲିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ଉଠାଇବା ଯାଏଁ ସବୁ କ୍ଷେତ୍ରରେ ଆଧାରକାର୍ଡ ଦରକାର ପଡିଥାଏ । ଆଧାରକାର୍ଡକୁ ଆମେ ଆମର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ଭାବେ ବ୍ୟବହାର କରୁଛେ । ଏଥିପାଇଁ ଆଧାରକାର୍ଡରେ ଥିବା ସୂଚନା ଏକଦମ ସଠିକ ହେବା ଦରକାର । ଆଧାରକାର୍ଡରେ ଗୋଟିଏ ଭୁଲ ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ ।

ବର୍ତ୍ତମାନ ଆଧାରକାର୍ଡକୁ ନେଇ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଅନୁସାରେ ଯଦି ଆପଣ ଆପଣଙ୍କ ଆଧାରକାର୍ଡ ୧୦ ବର୍ଷ ତଳେ ତିଆରି କରିଥିଲେ, ଆଉ ତାକୁ ଅପଡେଟ କରିନାହାନ୍ତି ତେବେ ଆପଣଙ୍କୁ ଏବେ ଏହାକୁ ଅପଡେଟ କରିବାକୁ ହେବ । ସରକାରଙ୍କ ତରଫରୁ କୁହାଯାଇଛି କି, ଯଦି ଆପଣଙ୍କ ଆଧାର ୧୦ ବର୍ଷ ତଳେ ତିଆରି ହୋଇଥିଲା । ଆଉ ତାକୁ ଅପଡେଟ କରାଯାଇନାହିଁ । ତେବେ ଆପଣଙ୍କୁ ଅନୁରୋଧ କରାଯାଉଛି ଯେ ଆପଣଙ୍କ ପରିଚୟ ପତ୍ରକୁ ଅପଲୋଡ କରି ଏହାକୁ ଅପଡେଟ କରିନିଅନ୍ତୁ । ଅନଲାଇନ ଅପଡେଟ ପାଇଁ ୨୫ ଟଙ୍କା ଓ ଅଫ ଲାଇନ ଅପଡେଟ ପାଇଁ ୫୦ ଟଙ୍କା ଖର୍ଚ୍ଚ ହେବ ।

କେମିତି କରିବେ ଆଧାର ଅପଡେଟ୍?
ଅଫଲାଇନ ଅପଡେଟ ପାଇଁ ଆପଣଙ୍କୁ ଆପଣଙ୍କ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ହେବ । ୟୁଆଇଡିଏଆଇ ଅନୁସାରେ ଆପଣ ନାଁ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ ନମ୍ବର ଓ ଇମେଲ ଆଇଡିକୁ ୫୦ ଟଙ୍କା ଦେଇ ଅପଡେଟ କରିପାରିବେ । ବାୟୋମାଟ୍ରିକ ଅପଡେଟ କରିବାକୁ ହେଲେ ଆପଣଙ୍କୁ ୧୦୦ ଟଙ୍କା ଦେବାକୁ ହେବ ।

ଅନଲାଇନ ଅପଡେଟର କଣ ରହିଛି ପ୍ରୋସେସ?
ପ୍ରଥମେ ସେଲ୍ଫ ଅପଡେଟ ପୋର୍ଟାଲକୁ ଯାଇ ‘ପ୍ରୋସିଡ ଟୁ ଅପଡେଟ’ ଆଧାର ଉପରେ କ୍ଲିକ କରନ୍ତୁ ।
ଆଧାର ନମ୍ବର, ରେଜଷ୍ଟ୍ରର ମୋବାଇଲ ନମ୍ବର ଓ ଓଟିପି ଦେଇ ଲଗଇନ କରିପାରିବେ ।
ଆଡ୍ରେସ ଅପଡେଟ ପାଇଁ ଆଗକୁ ଯିବା ବଟନ ଉପରେ କ୍ଲିକ କରନ୍ତୁ ।
୧୨ ଅଙ୍କର ଆଧାର ନମ୍ବର ଦେଇ ଓଟିପି ପଠାନ୍ତୁ ଉପରେ କ୍ଲିକ କରନ୍ତୁ ।
ଏହାପରେ ଓଟିିପି ଦେଇ ଲଗଇନ କରନ୍ତୁ ।
ଅପଡେଟ ନୂଆ ଆଡ୍ରେସ ପ୍ରୁଫ୍ ବିକଳ୍ପକୁ ଚୟନ କରିବା ପରେ ନୂଆ ଠିକଣା ଦେବେ ।
ଏହାପରେ ଆଡ୍ରେସ ପ୍ରୁଫରେ ଦାଖଲ କରାଯିବା ଡକ୍ୟୁମେଣ୍ଟ ଉପରେ କ୍ଲିକ କରନ୍ତୁ ।
ଏହାପରେ ଆଡ୍ରେସ ପ୍ରୁଫର ସ୍କ୍ରିନ କରି ଅପଲୋଡ କରି ସବମିଟ ବଟନ ଉପରେ କ୍ଲିକ କରନ୍ତୁ ।
ଶେଷରେ ଆଧାର ଅପଡେଟ ସ୍ୱିକାର ହୋଇଯିବ ଆଉ ୧୪ ଅଙ୍କ ଅପଡେଟ ରିକ୍ୱେଷ୍ଟ ଜେନେରେଟ ହୋଇଯିବ ।

ତେବେ ଏହିଭଳି ଭାବରେ ଶୀଘ୍ର କରାଇନିଅନ୍ତୁ ଆପଣ ଆପଣଙ୍କର ଆଧାରକାର୍ଡ ଅପଡେଟ । ନଚେତ ସାମାନ୍ୟ ଅବହେଳା ପାଇଁ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।