ନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସର ଚିନ୍ତା, ରାଜ୍ୟ ନେତୃତ୍ୱ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ଚାଲିଛି ଆଲୋଚନା

127

କନକ ବ୍ୟୁରୋ : ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକିୟା । ତେବେ ତା ପୂର୍ବରୁ ଦଳରୁ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ବସିଛି ବିଧାୟକ ଦଳ ବୈଠକ । ଏହି ବୈଠକରେ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିଛି । ଶିମଳା ରାଜୀବ ଭବନରେ ବିଧାୟକ ଦଳ ବୈଠକ ବସିଥିଲା । ୬୮ ଆସନ ବିଶିଷ୍ଟ ହିମାଚଳରେ କଂଗ୍ରେସ ୪୦ଟି ଆସନରେ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏଠାରେ ବିଜେପିର ଡବଲ ଇଂଜିନ ସରକାର ମାତ ଦେଇଛି କଂଗ୍ରେସ । ବୈଠକରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ସମେତ ବରିଷ୍ଠ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରାଜୀବ ଶୁକ୍ଲା, ଭୁପେନ୍ଦ୍ର ସିଂ ହୁଡ୍ଡା ବିଧାୟକ ଦଳ ବୈଠକରେ ଉପସ୍ଥିତ ଥିଲେ । କଂଗ୍ରେସର ଏମାନେ ପର୍ଯ୍ୟବେକ୍ଷକ ଟିମ ଭାବେ ସିମଲାରେ ପହଁଚିଛନ୍ତି । ସେପଟେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି କରିଛି ପର୍ଯ୍ୟବେକ୍ଷକ ଟିମ ।

ଅନ୍ୟପଟେ ଘୋଡା ବେପାର ଭୟ ନକରି ଶୁକ୍ରବାର ନବନିର୍ବାଚିତ ବିଧାୟକମାନେ ସିମଲାରେ ଏକାଠି ହୋଇଛନ୍ତି । ଚର୍ଚ୍ଚା ହେଉଥିଲା କି ଏମାନଙ୍କୁ ଚଣ୍ଡିଗଡ ସ୍ଥାନାନ୍ତର କରାଯାଇଥାନ୍ତା । ତେବେ ୪୦ଟି ଆସନରେ ଜିତିବା ପରେ ରଣନୀତି ବଦଳାଇଥିଲା ଦଳ । ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଥିଲେ ମୁକେଶ ଅଗ୍ନିହୋତ୍ରୀ, ସୁଖବିନ୍ଦର ସିଂ, ପ୍ରତିଭା ସିଂ । ବୈଠକ ପୂର୍ବରୁ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିହଙ୍କ ନାମ ଓ କାର୍ଯ୍ୟକୁ ନେଇ ଭୋଟ ମଗାଯାଇଥିଲା ।ଜନତା ତାଙ୍କ ବିକାଶ ମଡେଲକୁୁ ଭରଷା କରି କଂଗ୍ରେସକୁ କ୍ଷମତାକୁ ଆଣିଛନ୍ତି । ପ୍ରତିଭା ସିଂ ହେଉଛନ୍ତି ଦିବଂଗତ ବୀରଭଦ୍ର ସିଂଙ୍କ ପତ୍ନୀ । ବର୍ତମାନ ସେ ମଣ୍ଡିରୁ ସାଂସଦ ଅଛନ୍ତି