ହିଣ୍ଡାଲକୋ ପକ୍ଷରୁ ‘ଡାଉନଷ୍ଟ୍ରିମ୍‍ ଆଲୁମିନିୟମ ଶିଳ୍ପରେ ଏମଏସଏମଇ ପାଇଁ ବିନିର୍ମାଣ ସୁଯୋଗ’ ଶୀର୍ଷକ କର୍ମଶାଳା ଆୟୋଜିତ

36

କନକ ବ୍ୟୁରୋ: ଆଦିତ୍ୟ ବିର୍ଲା ଗ୍ରୁପ ଏକ ଫ୍ଲାଗସିପ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ, କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଏବଂ ୟୁସିସିଆଇଏଲ୍‍ ସହଯୋଗୀତାରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜିତ ହୋଇଯାଇଛି । କର୍ମଶାଳାରେ ‘ଡାଉନଷ୍ଟ୍ରିମ୍‍ ଆଲୁମିନିୟମ ଶିଳ୍ପରେ ଏମଏସ୍ଏଟମ୍ଇହ ପାଇଁ ବିନିର୍ମାଣ ସୁଯୋଗ’ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିବାବେଳେ ଆଲୁମିନିୟମ ବିନିର୍ମାଣ ନିମନ୍ତେ ଏକ ବୈଷୟିକ ପେଣ୍ଠସ୍ଥଳ ଭାବରେ ଓଡ଼ିଶାର ବର୍ଦ୍ଧିତ ପ୍ରାଧାନ୍ୟ ଉପରେ ଆଲୋକପାତ କରାଯାଇଥିଲା ।

ଏହି କର୍ମଶାଳାରେ ନିଜର ଉଦଘାଟନୀ ଅଭିଭାଷଣ ପ୍ରଦାନ କରି ଏସାର ମିନେଟ୍‍ ଲିମିଟେଡ ସିଇଓ, ଶଶି ଶେଖର ମହାନ୍ତି ଆଲୁମିନିୟମ ଶିଳ୍ପର ମୂଲ୍ୟ ଶୃଙ୍ଖଳରେ ଏମଏସଏମଇ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର୍‍ ଦେଇଥିଲେ । “ଏମଏସ୍ଏମ୍ଇଗୁରଡିକ ମୂଲ୍ୟ ଶୃଙ୍ଖଳ ପୂର୍ଣ୍ଣାଙ୍ଗ କରିବାକୁ କଞ୍ଚାମାଲ ଗତ ନିରାପତ୍ତା, ପ୍ରଯୁକ୍ତିଗତ ସମର୍ଥନ, ପରିଚାଳନାଗତ ପାରଦର୍ଶିତା, ଆର୍ଥିକ ସମର୍ଥନ ଏବଂ ସଫଳ ବଜାର ବ୍ୟବସ୍ଥା ଆବଶ୍ୟକ କରୁଛନ୍ତି । ବୃହତ୍‍ ଆଲୁମିନିୟମ ଡାଉନଷ୍ଟ୍ରିମ୍‍ ଶିଳ୍ପଗୁଡିକ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯୋଗାଇ ଦେଇପାରିବେ ଏବଂ ଏମଏସ୍ଏମଇଗୁଡିକୁ ଆଗକୁ ବଢିବାକୁ ସମର୍ଥନ କରାଇପାରିବେ,” ବୋଲି ସେ କହିଥିଲେ ।

ହିଣ୍ଡାଲକୋ ଆଡଭାଇଜର ବିଭୂ ମିଶ୍ର ଓଡ଼ିଶାରେ କମ୍ପାନୀର ଉଲ୍ଲେଖନୀୟ ଉପସ୍ଥିତି ଏବଂ ବିବିଧ ଶିଳ୍ପ ଉପରେ ତାହାର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ଆଲୁମିନିୟମ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀ ହିଣ୍ଡାଲକୋ ଏଭଳି ଡାଉନଷ୍ଟ୍ରିମ୍‍ ଉତ୍ପାଦଗୁଡିକ ଉତ୍ପାଦନ କରୁଛି, ଯାହା ଖାଦ୍ୟ ପ୍ୟାକେଜିଂ ଠାରୁ ବ୍ୟାଟେରୀ ଏନକ୍ଲୋଜର ପର୍ଯ୍ୟନ୍ତ ବହୁବିଧ ବ୍ୟବହାର୍ଯ୍ୟ ସାମଗ୍ରୀ ନିମନ୍ତେ ବ୍ୟବହାର କରାଯାଉଛି । ଏହି ସମସ୍ତ ଉତ୍ପାଦଗୁଡିକର ବଜାର ସମ୍ପ୍ରସାରିତ ହେଉଛି ଏବଂ ଏହା ଓଡ଼ିଶାସ୍ଥିତ ବ୍ୟବସାୟ ସଂସ୍ଥାଗୁଡିକ ପାଇଁ ଏହା ଉଲ୍ଲେଖନୀୟ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରୁଛି,” ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

ହିଣ୍ଡାଲକୋ ଜଏଣ୍ଟ ପ୍ରେସିଡେଣ୍ଟ ସାଗର ଧମୋରିକର୍‍ ଆଲୁମିନିୟମ୍ରୁ ଅନନ୍ୟ ଗୁଣବତ୍ତା ଏବଂ ତାହାର ବହୁବିଧ ବ୍ୟବହାରିତା ସମ୍ପର୍କରେ କହିଥିଲେ । “ଆଲୁମିନିୟମର ଓଜନ ତୁଳନାରେ ଉଚ୍ଚ ସାମର୍ଥ୍ୟ ଅନୁପାତ, ସୁପରିବାହୀ ଏବଂ ଅଣ-ଅବକ୍ଷୟ ଗୁଣ ଏହାକୁ ଅସଂଖ୍ୟ ବ୍ୟବହାର ନିମନ୍ତେ ଉପଯୁକ୍ତ କରି ଗଢିତୋଳୁଛି । ଏକ ସମର୍ଥନକାରୀ ଫାବ୍ରିକେସନ ପରିବ୍ୟବସ୍ଥା ଭାରତକୁ ଏହାର ବିନିର୍ମାଣ ସାମର୍ଥ୍ୟର ପୂର୍ଣ୍ଣ ଫାଇଦା ନେବାକୁ ସମର୍ଥ କରିବ ଏବଂ ଓଡ଼ିଶାର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ହିଣ୍ଡାଲ୍କୋି ଏହି ପାରସ୍ପରିକ ଫାଇଦାଜନକ ସୁଯୋଗକୁ ଅଧିକ ପରିପୋଷଣ କରିବାକୁ ପ୍ରତିବଦ୍ଧ ରହିଛି । ଆଲୁମିନିୟମ ବ୍ୟବହାରର ବ୍ୟାପକତା ଦ୍ୱାରା ନିଯୁକ୍ତି ସୁଯୋଗ, ସାମାଜିକ ଉତଥାନରେ ବୃଦ୍ଧି ଘଟିବା ସହିତ ଆଲୁମିନିୟମର ଅସୀମ ବ୍ୟବହାର ସାମର୍ଥ୍ୟ କାରଣରୁ ଏହା ଏକ ସବୁଜ, ଦୀର୍ଘସ୍ଥାୟୀ ଅର୍ଥନୈତିକ ବିକାଶକୁ ଆଗେଇନେବ,” ବୋଲି ଶ୍ରୀ ଧମୋରିକର୍‍ କହିଥିଲେ । ସେ ମଧ୍ୟ ଆତ୍ମନିର୍ଭର ଭାରତ ସହିତ ଏହି ପ୍ରୟାସର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ ।

କର୍ମଶାଳାରେ ଏସଏନଏମ୍‍ ଗ୍ରୁପ ଚେୟାରମ୍ୟାନ ପ୍ରଦୀପ୍ତ ମହାନ୍ତି, ଆଇଆଇଏମଟି ଡାଇରେକ୍ଟର ଡ.ରାମାନୁଜ ନାରାୟଣ ଏବଂ ୟୁସିସିଆଇଏଲ ଭାଇସ୍‍ ପ୍ରେସିଡେଣ୍ଟ ସଞ୍ଜୀବ ମହାପାତ୍ରଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସେମାନେ ସାମୂହିକ ଭାବରେ ନବସୃଜନ, ନିଯୁକ୍ତି ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶ ନିମନ୍ତେ ଡାଉନଷ୍ଟ୍ରିମ୍‍ ଆଲୁମିନିୟମ କ୍ଷେତ୍ରରେ ଏମଏସ୍ଏତମଇର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଓଡ଼ିଶା ତାହାର ରଣକୌଶଳାତ୍ମକ ଅବସ୍ଥିତି ଏବଂ ସମୃଦ୍ଧ ପ୍ରାକୃତିକ ସମ୍ପଦ ଏହାକୁ ବିଶ୍ୱ ଆଲୁମିନିୟମ ଶିଳ୍ପରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଡାଉନଷ୍ଟ୍ରିମ ଆଲୁମିନିୟମ କ୍ଷେତ୍ରର ବିକାଶ ଉପରେ ରାଜ୍ୟର ଦୃଷ୍ଟିନିବଦ୍ଧ ଏମ୍ଏସଏମ୍ଇ ଗୁଡିକ ନିମନ୍ତେ ବିପୁଳ ସୁଯୋଗ ଯୋଗାଇ ଦେଉଛି, ଯାହା ଯୋଗାଣ ଶୃଙ୍ଖଳ ଏବଂ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ହେଉଛି । ଏହି କର୍ମଶାଳା ଶିଳ୍ପ ନେତୃତ୍ୱ ଏବଂ ଏମଏସ୍ଏମଇଗୁଡିକୁ ସୁଯୋଗ ଯୋଗାଇବା ସହିତ ଏକ ବିନିର୍ମାଣ ଗନ୍ତାଘର ହେବା ନିମନ୍ତେ ରାଜ୍ୟର ରହିଥିବା ଦୂରଦୃଷ୍ଟିକୁ ଆଗେଇନେବା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିଲା ।