ମଧ୍ୟପ୍ରଦେଶ: ଗ୍ୱାଲିୟର ମହାରାଜ ବାଡାରେ ତ୍ରୀରଙ୍ଗା ଲଗାଇବା ବେଳେ ଦୁର୍ଘଟଣା, ୩ କର୍ମଚାରୀ ମୃତ

184

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଗ୍ୱାଲିୟର ନିକଟରେ ଥିବା ଐତିହାସିକ ମହାରାଜା ବାଡାରେ ହାଇଡ୍ରୋଲିକ ଫାୟାର ବ୍ରିଗେଡ ତରଫରୁ ନଗର ନିଗମ କୋଠା ଉପରେ ତ୍ରୀରଙ୍ଗା ଲଗାଇବା ବେଳେ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଫଳରେ ନଗର ନିଗମର ୩ ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହି କର୍ମଚାରୀମାନେ ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରୀୟ ପତାକା ଲଗାଉଥିବା ବେଳେ ହାଇଡ୍ରୋଲିକ ମେସିନର ଏକ ଭୂଲ ସ୍ୱିଚ୍ ମାରିଦେବାରୁ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ନଗର ନିଗମର ଚୌକିଦାର ଓ ୨ ଜଣ ଅଗ୍ନିସମ ବିଭାଗର କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହାସହ ଫାୟାର ବ୍ରିଗେଡର ଗାଡି ଚାଳକ ଗୁରୁତର ହୋଇଛନ୍ତି ।

ନଗର ନିଗମ ହାଇଡ୍ରୋଲିକ ଟ୍ରଲିରେ ୩ ଜଣ କର୍ମଚାରୀ ବସି ପୋଷ୍ଟ ଅଫିସ ବିଲ୍ଡିଂରେ ପତାକା ଲଗାଇବାକୁ ଚେଷ୍ଟା କରୁଥିଲେ ସେତେବେଳେ ଏଭଳି ଦୁର୍ଘଟଣା ଘଟିଛି । କହିରଖୁ କି, ପ୍ରତିବର୍ଷ ସ୍ୱଧୀନତା ଦିବସରେ ଏହି ଐତିହାସିକ କୋଠାକୁ ସଜା ଯାଇଥିାଏ ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏହି ଘଟଣାରେ ଦୁଖ ପ୍ରକାଶ କରିବା ସହ ଯାଂଚ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।