କଂଗ୍ରେସ ନେତା ସଚିନ ପାଇଲଟଙ୍କ ପ୍ରେସମିଟ । କହିଲେ ଜୁମଲା ସରକାରକୁ ଲୋକଙ୍କ ବିଶ୍ୱାସ ନାହିଁ ।

120

କନକବ୍ୟୁରୋ :କଂଗ୍ରେସ ନେତା ସଚିନ ପାଇଲଟଙ୍କ ପ୍ରେସମିଟ । ବିଜେଡି ବିଜେପିକୁ ଟାର୍ଗେଟ କଲେ ସଚିନ । କହିଲେ ଚଳିତ ନିର୍ବାଚନରେ ପରିବର୍ତ୍ତନ ଆଣିବ । ଜୁମଲା ସରକାରକୁ ଲୋକେ ବିଶ୍ୱାସ କରୁନାହାନ୍ତି । ବିଜେପି ୧୦ବର୍ଷର ହିସାବ ଦଉନି । ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ବିଜେଡି ବିଜେପିର ଡବଲ ଇଂଜିନ ସରକାର ଚାଲିଛି । ପ୍ରଥମେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ।

ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ସଭାମଂଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ସଚିନ ପାଇଲଟ । ଏଥିସହ ସେ କହିଥିଲେ ଓଡିଶାରେ ବିଜେପି ଓ ବିଜେପି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ୱାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ ।

ସେହିପରି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ସାଂସଦ ଶ୍ରୀକାନ୍ତ ଜେନା ଥିବା ସମୟରେ ଅଂଚଳରେ ବିକାଶ ହୋଇଥିଲା । କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ୍ ହୋଇପଡିଛି । ତେଣୁ ଏଥର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ।