୧୦୦ କୋଟି ଟପିଲେ ହ୍ୱାଟ୍ସଆପ ଗ୍ରାହକ!

39

ସୋସିଆଲ ମିଡ଼ିଆର ସବୁଠାରୁ ବଡ଼ ନେଟୱର୍କ ଫେସବୁକ ଏକ ତଥ୍ୟ ପ୍ରଦାନ କରିଛି । ଏହି ତଥ୍ୟ ମୁତାବକ ଦୁନିଆ ସାରା ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟ୍ସଆପରେ ୧୦୦ କୋଟିରୁ ମଧ୍ୟ ଅଧିକ ଆକ୍ଟିଭ ୟୁଜର ଅଛନ୍ତି । ଏହି ଆପର ମାସିକ ୟୁଜର ୧.୩ ବିଲିୟନ । କମ୍ପାନୀ ଅନୁସାରେ ହ୍ୱାଟ୍ସଆପରେ ୫୫ ବିଲିୟନ ମେସେଜ ପ୍ରତି ଦିନ ଶେୟାର କରାଯାଏ । ଏଥିରୁ ୧ ବିଲିୟନ କେବଳ ଭିଡ଼ିଓ ମେସଜ ଓ ୪.୫ ବିଲିୟନ ଫଟୋ ଶେୟାର ହୋଇଥାଏ । ଏହି ଆପ ୬୦ ଟି ଭାଷାରେ ବ୍ୟବହୃତ ହେଉଛି ।

ନିକଟରେ ହ୍ୱାଟ୍ସଆପରେ ଅପଡ଼େଟ୍ ହୋଇଥିବା ଷ୍ଟାଟସ ଫିଚରକୁ ବି ଲୋକେ ବହୁତ ପସନ୍ଦ କରୁଛନ୍ତି । ପ୍ରତିଦିନ ଏହି ଫିଚରକୁ ୨୫୦ ମିଲିୟନ ଲୋକ ବ୍ୟବହାର କରୁଛନ୍ତି । ଏହି ତଥ୍ୟ ଅନୁସାରେ ହ୍ୱାଟ୍ସଆପ ସ୍ନାପଚାର୍ଟକୁ ମଧ୍ୟ ଟପିଛି । କାରଣ ସ୍ନାପଚାଟର ପ୍ରତିଦିନ ବ୍ୟହାରକାରୀ ସଂଖ୍ୟା ୧୬୬ ମିଲିୟନ ରହିଛି ।

ଏଇଠି କହିରଖୁଛୁ ହ୍ୱାଟ୍ସଆପର ଏହି ନୂଆ ଫିଚର ପରେ କମ୍ପାନୀ ଉପରେ ସ୍ନାପଚାର୍ଟର ଫିିଚର କପି କରିଥିବାର ଆରୋପ ଲାଗିଥିଲା । ସୂଚନା ଅନୁସାରେ ଯେେତେବେଳ ଫେସବୁକ ଫେବୃୟାରୀ ୨୧୦୪ରେ ହ୍ୱାଟ୍ସଆପର ଅଧିଗ୍ରହଣ କରିଥିଲା, ସେତେବେଳେ ଏହି ଆପର ପାଖରେ ମାତ୍ର ୩୫୦ ମିଲିୟନ ଗ୍ରାହକ ଥିଲେ । କିନ୍ତୁ ୩ ୧ର୍ଷରେ ଗ୍ରାହକ ସଂଖ୍ୟା ୩ ଗୁଣ ବଢ଼ିଯାଇଛନ୍ତି ।

ହ୍ୱାର୍ଟସଆପର ସିଇଓ ଜେନ କମ ବ୍ଲଗପୋଷ୍ଟରେ ଲେଖିଛନ୍ତି ଏହି ନୂତନ ସଫଳାତ ପାଇଁ ଆମେ ୟୁଜରକଙ୍କୁ ଏବେ ଠାରୁ ଅଧିକ ଭଲ ଫିଚର ପ୍ରଦାନ କରିବୁ । ଯାହା ଅଧିକ ସୁରକ୍ଷିତ ହେବା ବ୍ୟବହାରକାରୀଙ୍କ ପାଇଁ ସହଜ ହେବ ।
ନିକଟରେ ହ୍ୱାଟ୍ସଆପ ଯେକୌଣସି ପ୍ରକାରର ଫାଇଲ ସେଣ୍ଡ କରିବାର ଅପ୍ସନ ଦେଇଥିଲା । ଏହା ବ୍ୟତୀତ ହ୍ୱାଟ୍ସଆପ ଚାଟରେ ୟୁଟ୍ୟୁବ ଭିଡ଼ିଓ ପ୍ଲେବ୍ୟାକ ଫିଚର ପାଇଁ ମଧ୍ୟ ପରୀକ୍ଷା ଜାରି ରହିଛି ।