ହ୍ୱାଟସଆପ ଆଣିଲା ନୂଆ ଫିଚର ! ଏଣିକି ଫିଙ୍ଗରପ୍ରିଂଟ ଏବଂ ଫେସ ଲକ୍ ମାଧ୍ୟମରେ ଖୋଲିବ ହ୍ୱାଟସଆପ୍ ।

263

ଦିନକୁ ଦିନ ବଢି ବଢି ଚାଲିଛି ହ୍ୱାଟସଆପ ବ୍ୟବହାରକାରୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ନିଜ ସର୍ଭିସକୁ ବେଷ୍ଟ କରିବା ପାଇଁ କ୍ରମାଗତ ଭାବେ ନୂଆ ନୂଆ ଫିଚର୍ସ ଆଣୁଛି ହ୍ୱାଟସଆପ । ନିକଟରେ ସିଙ୍ଗଲ ଷ୍ଟିକର ଡାଉନଲୋଡ ଅପଡେଟ୍ ପରେ ଏବେ ଆଉ ଏକ ନୂଆ ଫିଚର ଆଣିଛି ହ୍ୱାଟସଆପ । ହ୍ୱାଟସଆପ ଏମିତି ଏକ ଫିଚର ଆଣିଛି, ଯାହା ଦ୍ୱାରା ଆପଣଙ୍କ ତଥ୍ୟ ଆହୁରି ସୁରକ୍ଷିତ ରହିବ । ତେବେ ନୂଆ ଫିଚରରୁ ଆପଣଙ୍କୁ କିଛି ଏଭଳି ମିଳିବ ଫାଇଦା ।

ଏବେ ଆପଣ ହ୍ୱାସଟଆପ ସହଜ ଭାବେ ଓପନ କରୁଛନ୍ତି । କିନ୍ତୁ ଏଣିକି ଆଉ ଏପରି ହେବ ନାହିଁ । ହ୍ୱାଟସଆପ କେବଳ ଆପଣଙ୍କ ଫିଙ୍ଗର ପ୍ରିଂଟ ଏବଂ ଫେସ ଲକ୍ ମାଧ୍ୟମରେ ହିଁ ଖୋଲିବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂଆ ଅନଲକ୍ ଫିଚର କେବଳ ଆଇଓଏସ ପାଇଁ ଆରମ୍ଭ ହୋଇଛି । ଯେଉଁଥିରେ କେବଳ ଆଇଫୋନ ବ୍ୟବହାରକାରୀଙ୍କ ହ୍ୱାଟସଆପରେ ଏହି ଫିଚର ଆଡ୍ ହୋଇଯିବ । ଅର୍ଥାତ ଆଇଫୋନ ବ୍ୟବହାରକାରୀମାନେ ଏଣିକି ନିଜ ଫିଙ୍ଗରପ୍ରିଂଟରେ ହ୍ୱାଟସଆପ ଖୋଲିପାରିବେ । ତେବେ ଏଥିପାଇଁ ହ୍ୱାଟସଆପ ସେଟିଂରେ କିଛିଟା ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି ।