ଭୁବନେଶ୍ୱର ଏମ୍ସ ସମାବର୍ତନ ଉତ୍ସବରେ ଓଡିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି : କହିଲେ, ଓଡିଶା ଏକ ଉଚ୍ଚ ସଂସ୍କୃତି ସମ୍ପନ୍ନ ରାଜ୍ୟ

46

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସ ସମାବର୍ତନ ଉତ୍ସବରେ ଓଡିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି । ଏମ୍ସର ପ୍ରଥମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଭଲ ଲାଗେ ବୋଲି କହିଲେ ଭେଙ୍କେୟା ନାଇଡୁ । ଓଡିଶା ଏକ ଉଚ୍ଚ ସଂସ୍କୃତି ସଂପନ୍ନ ରାଜ୍ୟ । କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସ୍ୱଚ୍ଛତାର ପାଠ ପଢାଇଛନ୍ତି ଉପରାଷ୍ଟ୍ରପତି । ସ୍ୱାସ୍ଥ୍ୟ ସହ ସ୍ୱଚ୍ଛତାର ସଂପର୍କ ରହିଛି । ତେଣୁ ଶରୀର ଓ ମନରେ ସ୍ୱଚ୍ଛତା ଆବଶ୍ୟକ ବୋଲି କହିଛନ୍ତି ଭେଙ୍କେୟା । ବିମୁଦ୍ରାୟନ ଯୋଗୁଁ ସମାଜରେ ସ୍ୱଚ୍ଛତା ସମ୍ଭବ ହୋଇପାରିଛି । ଡାକ୍ତର ଦ୍ୱିତୀୟ ଭଗବାନ, ଡାକ୍ତରୀ ପେଶା ମହାନ, ଏହି ପେଶା ମହାନ ହେବା ଆବଶ୍ୟକ, କମିଶନ ନୁହେଁ । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ପଂହଚାଇବା ଦିଗରେ ଗୁରୁତ୍ୱ ଦେବା ଜରୁରୀ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଏମ୍ସ ସମାବର୍ତନ ଉତ୍ସବରେ ମୋଟ ୧୦୬ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି ।

ସୂଚନାଯୋଗ୍ୟଯେ ଉପରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସ୍ୱାଗତ କରିଥିଲେ । ପରେ ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ ।