ବର୍ଷା ପରେ ବି କମିଲା ନାହିଁ ତାତି ! ୪୦ ଡିଗ୍ରୀ ଉପରେ ୧୦ ସହର
ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବା ନେଇ ସ୍ପଷ୍ଟ କରିପାରୁନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଗୁରୁବାର କୋହଲା ପାଗ ଥିବା ବେଳେ ପୁଣି ତାତି ଲେଉଟିଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିବା ବେଳେ ପଶ୍ଚିମ ଓଡ଼ିଶାରେ ୨ରୁ ୩ ଡିଗ୍ରି ବଢ଼ିଛି। ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଯାଇଛି। ଟିଟିଲାଗଡ଼ ତାପମାତ୍ରା ୪୩.୫ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୨.୬ ଡିଗ୍ରିରେ ପହଞ୍ଚିଛି। ଦୁଇଦିନ ହେଲା ଉପକୂଳ ଓଡ଼ିଶାରେ ବର୍ଷା ହେଉଥିବାରୁ କୋହଲା ପାଗ ରହିଥିଲା। ତେବେ ଆଜି ପୁଣିଥରେ ବଢ଼ିଛି। ଭୁବନେଶ୍ବର ତାପମାତ୍ରା ୩୮ ଡିଗ୍ରି ଡେଇଁଥିବା ବେଳେ କଟକରେ ତାପମାତ୍ରା ୩୯.୧ ଡିଗ୍ରି ପାର୍ ହୋଇଛି। ବାଲେଶ୍ବରରେ ତାପମାତ୍ରା ୪୦ ଡିଗ୍ରି ଟପିଯାଇଛି। ତେବେ ଏହି ତାତିରୁ ନିସ୍ତାର ମିଳିବ ତାହାକୁ କେବଳ ରାଜ୍ୟବାସୀଙ୍କର ଅପେକ୍ଷା ରହିଛି ।