କିଏ ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ ? ଆଜି ରବି ଶାସ୍ତ୍ରୀ ଓ ସେହୱାଗଙ୍କ ସହ ୬ ଜଣ ଆଶାୟୀଙ୍କ ଭାଗ୍ୟ ପରୀକ୍ଷା

30

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ କୋଚ୍ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ନୂଆ କୋଚ ଘୋଷଣା ପ୍ରକ୍ରିୟା ଆରମ୍ଭ ହେବ । ନୂଆ କୋଚ୍ ପାଇଁ ଆଜି ଆରମ୍ଭ ହେଉଛି ସାକ୍ଷାତକାର । ଟିମ୍ ଇଣ୍ଡିଆର ନୂଆ କୋଚ୍ ପାଇଁ ୧୦ ଜଣ ଆଶାୟୀଙ୍କୁ ବଛାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ରବି ଶାସ୍ତ୍ରୀ, ବିରେନ୍ଦ୍ର ସେହୱାଗ, କ୍ରେଗ ମ୍ୟାକଡରମଟ୍, ଲାନ୍ସ କ୍ଲୁଜନର, ରାକେଶ ଶର୍ମା, ଲାଲଚାନ୍ଦ ରାଜପୁତ୍, ଫିଲ ସିମନ୍ସ, ଟମ୍ ମୁଡି, ଡୋଡା ଗଣେଷ ଓ ରିଚାର୍ଡ ପାଇବସ ।

ଆଜି ପ୍ରଥମ ଦିନରେ ରବି ଶାସ୍ତ୍ରୀ, ସେହୱାଗ, ପାଇବସ, ଲାଲଚାନ୍ଦ, ସିମନ୍ସ ଓ ମୁଡିଙ୍କ ସାକ୍ଷାତକାର ନିଆଯିବ । କ୍ରିକେଟ ଆଉଭାଇଜରି କାଉନସିଲ ବା ସିଏସି ଏମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ସଚିନ ତେନ୍ଦୁଲକର, ଭିଭିଏସ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲି ସିଏସିର ସଦସ୍ୟ ଅଛନ୍ତି । ତେଣୁ ଏହି ମହାନ୍ କ୍ରିକେଟର ମାନେ ହିଁ କୋଚ୍ ଆଶାୟୀଙ୍କ ଇଂଟରଭ୍ୟୁ ନେବେ ।