ସୀତା ଦେବୀ ଶ୍ରୀହରିଙ୍କ ମୁଖରୁ ଜନ୍ମ ହୋଇଥିଲେ ! ଜାଣନ୍ତୁ ଏ ପୈାରାଣିକ ରହସ୍ୟ

247

ହିନ୍ଦୁ ପୈାରାଣିକ ପବିତ୍ର ଗ୍ରନ୍ଥ ରାମାୟଣର ମୁଖ୍ୟ ନାୟକ ଓ ନାୟିକା ହେଲେ ଭଗବାନ ଶ୍ରୀରାମ ଓ ମାତା ସୀତା । ଶ୍ରୀରାମଙ୍କ ତିନି ଜଣ ଭାଇ ଥିଲେ । ଲକ୍ଷ୍ମଣ ,ଭରତ ଓ ଶତ୍ରୁଘ୍ନ । ଶ୍ରୀରାମ ସବୁଠୁ ବଡ ଥିଲେ । ଠିକ୍ ଏହିପରି ମାତା ସୀତାଙ୍କର ତିନି ଜଣ ଭଉଣୀ ମାଣ୍ଡବି , ଶୃତକୀର୍ତି ଓ ଉର୍ମିଳା ଥିଲେ । ମାତା ସୀତା ସେମାନଙ୍କ ମଧ୍ୟରେ ବଡ । ସୀତା ଉପନିଷଦରେ ବର୍ଣ୍ଣିତ ଅଛି ଯେ ସୀତା ଉପନିଷଦ ଅଥର୍ବବେଦର ଏକ ଭାଗ ଅଟେ । ଏଥିପାଇଁ ଏହାକୁ ଅଥର୍ବବେଦୀୟ ଉପନିଷେଦ ମଧ୍ୟ କୁହାଯାଏ । ଏହି ଉପନିଷେଦର ଅନୁସାରେ ଦେବଗଣ ତଥା ପ୍ରଜାପତିଙ୍କ ମଧ୍ୟରେ ହୋଇଥିଲା ପ୍ରଶ୍ନୋତ୍ତରରେ ‘ସୀତା’ଙ୍କୁ ଶାଶ୍ୱତ ଶକ୍ତିର ଆଧାର ମନେକରାଯାଏ । ଏଥିରେ ସୀତାଙ୍କୁ ପ୍ରକୃତିର ସ୍ୱରୂପ ବୋଲି କୁହାଯାଇଛି ।

ଏଥିରେ ସୀତା ଶଦ୍ଦର ଅର୍ଥ ଅକ୍ଷରବ୍ରହ୍ମ ର ଶକ୍ତି ରୂପ ବୋଲି ଦର୍ଶିତ । ଏହି ନାମ ସାକ୍ଷାତ ଯୋଗମାୟାଙ୍କର ଅଟେ । ସୀତାଙ୍କୁ ଭଗବାନ ଶ୍ରୀରାମଙ୍କ ସାନିଧ୍ୟ ପ୍ରାପ୍ତ ଅଟେ । ସୀତା –କ୍ରିୟା-ଶକ୍ତି , ଇଚ୍ଛା-ଶକ୍ତି ଓ ଜ୍ଞାନ-ଶକ୍ତି ତିନି ରୂପରେ ପ୍ରକଟ ହୋଇଥାନ୍ତି । ପରମାତ୍ମାଙ୍କ କ୍ରିୟା-ଶକ୍ତି ରୂପା ସୀତା ଭଗବାନ ଶ୍ରୀହରି ଙ୍କ ମୁଖରୁ ନାଦ ରୂପରେ ପ୍ରକଟ ହୋଇଛନ୍ତି ବୋଲି ବିଶ୍ୱାସ କରାଯାଏ ।           (ସୈାଜନ୍ୟ – ଆଧ୍ୟାତ୍ମିକ କଥାବସ୍ତୁ  )