ମହିଳାଙ୍କ ସଉକ ଥିଲା ପୋଷା ଅଜଗର ସହ ଶୋଇବା : ହେଲେ ସାପର ଇଚ୍ଛା ଥିଲା ଆଉ କିଛି !

43

9-1ଲଣ୍ଡନ : ଏମିତି ଏକ ଖବର ପ୍ରକାଶ ପାଇଛି ଲାଫଡା ଟିଭି ଡମ୍ କମରେ , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ଲୋକଙ୍କ ସଉକ ଥାଏ ଜୀବଜନ୍ତୁଙ୍କୁ ପୋଷା ମନେଇ ଘରେ ରଖିବା । ଏହିଭଳି ଲଣ୍ଡନର ଜଣେ ମହିଳା ନିଜ ପାଳିତ ଅଜଗର ସାପ ସହ ନିତି ଶୋଉଥିଲେ । କିନ୍ତୁ ଘଟଣା ଏମିତି ଘଟିଥିଲା କି ସେହି ମହିଳାଙ୍କ ସହ ନିତି ଶୋଇବା ପର ଠାରୁ ପୋଷା ଅଜଗର ସାପଟି ଖାଇବା ବନ୍ଦ କରିଦେଇଥିଲା । ଯାହା ଦେଲେ ଆଉ ଖାଉନଥିଲା ।

ଏହି ସାପକୁ ନେଇ ଏହି ମହିଳା ଜଣକ ପଶୁ ଚିକିତ୍ସକଙ୍କ ନିକଟକୁ ଯାଇଥିଲେ । ପଶୁ ଚିକିତ୍ସକଙ୍କୁ ଯେତେବେଳେ ସାପଟି ନଖାଇବାର କାରଣ ମହିଳା ଜଣକ କହିଲେ , ଚିକିତ୍ସକ ଆଶ୍ଚର୍ଯ୍ୟ ହୋଇଗଲେ । ମହିଳା କହିଥିଲେ ସେ ଏହି ଅଜଗର ସହ ନିତି ଶୋଇଥାନ୍ତି ।

ଚିକିତ୍ସକ ଦେଖିଲେ ସାପଟିକୁ କୈାଣସି ରୋଗର ସମସ୍ୟା ବି ନାହିଁ । ହେଲେ ସାପଟି ନିଜକୁ ଫୁଲାଇବାକୁ ଚେଷ୍ଟା କରୁଛି । ସେ ପେଟରେ କୈାଣସି ଜିନିଷ ନରଖି ମହିଳାଙ୍କୁ ସଂପୂର୍ଣ୍ଣ ଗିଳିବାକୁ ଚେଷ୍ଟା କରୁଛି । ଏଣୁ ସେ କିଛି ଦିନ ହେଲା ଖାଇବା ବନ୍ଦ କରିଦେଇଛି । ଚିକିତ୍ସକଙ୍କର ଏପରି କଥାରେ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାସହ ମଧ୍ୟ ପଢନ୍ତୁ- ଏହି ନଦୀ କୂଳକୁ ବୁଲିବାକୁ ଆସୁଥିଲେ ଏଲିୟନ୍ !