ସାବଧାନ୍ ! ବଳକା ରହିଯାଇଥିବା ଔଷଧକୁ ଖାଉଛନ୍ତି କିମ୍ବା କାହାକୁ ଦେଉଛନ୍ତି କି ? ତେବେ ଅସୁବିଧାରେ ପଡିପାରନ୍ତି ଆପଣ

ଏକ ଅଧ୍ୟୟନରୁ ଜଣାପଡିଛି

71

ଥଣ୍ଡା, କାଶ, କିମ୍ବା ହଲକା ମୁଣ୍ଡ ବିନ୍ଧା କାରଣରୁ ଆମେ ଅଧିକାଂଶ ସମୟରେ ନିଜର ଫାଷ୍ଟ ଆଡ ବକ୍ସରୁ କୌଣସି ବି ଔଷଧ ବିଶେଷ କରି ଆଂଟିବାୟୋଟିକ୍ସ ନେଇ ଖାଇ ପକାନ୍ତି , ଯାହାଦ୍ୱାରା ଆମକୁ ମୁହୂର୍ତ୍ତକ ପାଇଁ ସାମନ୍ୟ ଆଶ୍ୱସ୍ତି ମିଳିଥାଏ ସତ ହେଲେ ଏହାର କୁପ୍ରଭାବ ଆମ ଶରୀରକୁ ଅଧିକ କ୍ଷତି ପହଂଚାଇଥାଏ । କାହିଁକି ନା, ଏଭଳି କରିବା ସ୍ୱାସ୍ଥ୍ୟ ପାଇଁ ଆଦୌ ଉଚିତ ନୁହେଁ । ଯନ୍ତ୍ରଣା କିମ୍ବା ମୁଣ୍ଡ ବିନ୍ଧାରୁ ଆରାମ ପାଇବା ପାଇଁ ଏହି ତରିକା ଆମକୁ କୌଣସି ବଡ ଅସୁବିଧାରେ ପକାଇପାରେ । ତେବେ ଏକଥା ଆମେ କହୁନାହୁଁ ବରଂ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।

ଆମେରିକା ଏକାଡେମୀ ଅଫ ପେଡିୟାଟ୍ରିକ୍ସ ନ୍ୟାସନାଲ କନଫରେନ୍ସର ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି କି, ବଳକା ଆଂଟି ବାୟୋଟିକ୍ସ ଖାଇବା ଦ୍ୱାରା ଆଂଟିବାୟୋଟିକ-ରେସିସଟେଂଟ ଇନଫେକସନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରିପୋର୍ଟ ମୁତାବକ, ଏହା ନା କେବଳ ସେହି ଲୋକମାନଙ୍କ ପାଇଁ ବିପଦର କାରଣ ହୋଇପାରେ, ଯେଉଁମାନେ କି ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବି ଆଂଟିବାୟୋଟିକ୍ ସେବନ କରିପକାନ୍ତି ବରଂ ଯେତେବେଳେ ଲୋକେ ବଳି ପଡିଥିବା ଔଷଧ ସେବନ କରନ୍ତି, ସେଇ ବ୍ୟାକ୍ଟେରିଆ ଯେଉଁଥି ପାଇଁ ଆଂଟିବାୟୋଟିକ ଖାଉଛନ୍ତି,ଔଷଧ ପ୍ରତି ରେସିସଟେଂଟ ହୋଇଯାଇଥାଏ ।

ତେବେ ଏହି ଅଧ୍ୟୟନ ପାଇଁ ନ୍ୟାସନାଲ ନମୂନା ଆଧାରରେ ଏକ ଅନଲାଇନ ରିସର୍ଚ ଫର୍ମ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ଭରିବାକୁ ୪୯୬ ଜଣ ଲୋକ ଭାଗ ନେଇଥିଲେ । ପାଖାପାଖି ୪୮ ପ୍ରତିଶତ ଲୋକ କହିଥିଲେ କି, ସେମାନେ ବଳକା ପଡିଥିବା ଔଷଧକୁ ରଖିଥାନ୍ତି ଏବଂ ପରେ ତାକୁ ବ୍ୟବହାର କରିଥାନ୍ତି । ଏହାଛଡା ୭୩ ପ୍ରତିଶତ ଲୋକଙ୍କର କହିବା କଥା ହେଲାକି ସେମାନେ ମାସକ ପୂର୍ବରୁ ନିଦ୍ଧାରିତ ଔଷଧଗୁଡିକ ବଳି ପଡିବା ଦ୍ୱାରା ତାକୁ ଦରକାର ସମୟରେ କେହି ମାଗିଲେ ଦେଇଦିଅନ୍ତି ।

ବିଶେଷଜ୍ଞ ମତରେ, ଆଂଟିବାୟୋଟିକର ବ୍ୟବହାର ଏବଂ ଏହାର କାମ କରିବାର ତରିକା ଉପରେ ଲୋକଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି । କାରଣ ଆଂଟିବାୟୋଟିକ୍ସ ସବୁ ରୋଗ ପାଇଁ ଜରୁରୀ ନୁହେଁ ।