ରିଲ୍ ନୁହେଁ ବରଂ ରିୟଲ୍ ଲାଇଫର ବାହୁବଳୀ ! ମାଆ ପାଇଁ କୂଅ ଖୋଳିଲେ ଦୁଇ ଝିଅ

52

ବହୁ ଚର୍ଚ୍ଚିତ ସିନେମା ‘ବାହୁବଳୀ’ରେ ଜଳାଭିଷେକ ପାଇଁ ମାଆ ଦୂରରୁ ପାଣି ଆଣୁଥିବାର ଦେଖି ବାହୁବଳୀ ଶିବଲିଙ୍ଗକୁ ନିଜ କାନ୍ଧରେ ଉଠାଇ ପାଣି ନିକଟକୁ ନେଇ ଆସିଥିଲା । ତେବେ ଏହା ତଥିଲା ସିନେମା ପରଦାର ଏକ ଦୃଶ୍ୟ । କିନ୍ତୁ ବାସ୍ତବରେ ଏଭଳି ଦୃଶ୍ୟ ଦେଖିବାକୁ ଏବଂ ଶୁଣିବାକୁ ମିଳିଛି ଛତିଶଗଡ଼ର କୋରିୟା ଜିଲ୍ଲାରେ ।

ସୂଚନା ମୁତାବକ, ଛତିଶଗଡ଼ର କୋରିୟା ଜିଲ୍ଲାରେ ଦୁଇ ଭଉଣୀ ନିଜ ମାଆଙ୍କ ପାଣି ଆଣିବା କଷ୍ଟକୁ ହୃୃଦବୋଧ କରି କୁଅ ଖୋଳିବା ଘଟଣା ସମସ୍ତଙ୍କୁ ଚକିତ କରିପକାଇଛି । ତେବେ କଛୋଡର କସିହିୟାପାରାରେ ଅମର ସିଂ ଗୋଡଙ୍କ ପତ୍ନୀ ଜୁକମୁଲ୍ ଏବଂ ଦୁଇଝିଅ ଶାନ୍ତି ଓ ବିଜ୍ଞାତିଙ୍କ ସହ ବାସ କରନ୍ତି । ନିଜ ଅଂଚଳରେ ପାନୀୟ ଜଳର ସମସ୍ୟା ଥିବାରୁ ଜକମୁଲ ଦୁଇ କିଲୋମିଟର ଦୁରକୁ ଯାଇ ବାଧ୍ୟ ହୁଅନ୍ତି ପାଣି ଆଣିବାକୁ । ଅନେକ ସମୟରେ ଦୁଇ ଝିଅ ମଧ୍ୟ ମାଆଙ୍କୁ ସହଯୋଗ କରନ୍ତି ।

ସବୁଦିନର ଏହି ସମସ୍ୟାକୁ ଦୁର କରିବା ପାଇଁ ଦୁଇ ଭଉଣୀ ଘର ଆଗରେ ଏକ କୂଅ ଖୋଳିବାର ନିଷ୍ପତି ନେଇଥିଲେ । ଏସଂପର୍କରେ ସେମାନେ ଯେତେବେଳେ ସମସ୍ତଙ୍କୁ ଜଣାଇଥିଲେ ସେତେବେଳେ ଉଭୟଙ୍କ କଥାକୁ ହସରେ ଉଡାଇ ଦେଇଥିଲେ ସମସ୍ତେ । ଏହାପରେ ବି ହାର୍ ମାନିନଥିଲେ ଦୁଇ ଭଉଣୀ । କୋଡ଼ି ଫାଉଡ଼ା ହାତରେ ଧରି ବାହାରି ପଡିଥିଲେ କୂଳ ଖୋଳିବାକୁ । ଆଉ ଆରମ୍ଭ କରିଥିଲେ କୂଅ ଖୋଳା ।

ଖାଲି ସେତିକି ନୁହେଁ ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁଇ ଭଉଣୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଥିଲା ସଂପୂର୍ଣ୍ଣ ଗାଁ । ବଢାଇଥିଲେ ସହଯୋଗର ହାତ । ଶେଷରେ କୂଳ ଖୋଳା ଶେଷ ହୋଇଥିଲା । ଭଗାବାନଙ୍କ ଆର୍ଶୀବାଦରେ ମାତ୍ର ୨୦ ଫୁଟ୍ ଗଭୀର ଯାଏଁ ଖୋଲିବା ପରେ ବାହାରିଥିଲା ସ୍ୱଚ୍ଛ ପାଣି । ତେବେ ଦୁଇ ଝିଅଙ୍କ ଉଦ୍ୟମ ଫଳରେ ଆଜି ଗ୍ରାମରେ ପାନୀୟ ଜଳ ସମସ୍ୟା ଅନେକାଂଶରେ ଦୂର ହୋଇ ପାରିଛି ।

ଏହାସହ ମଧ୍ୟ ପଢନ୍ତୁ-ସାମ୍ନାକୁ ଆସିଲା ‘ତାଜମହଲ’ର ଭୟାନକ କାହାଣୀ ! ଆଜି ବି ପ୍ରେମିକ ଶାହଜାହାନଙ୍କ ପାଇଁ ଲୁହ ଢାଳୁଛନ୍ତି ମମତାଜ୍