ଯଦି କେହି ବିଷ ପିଇଦେଇଥିବେ ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ ! ମେଡିକାଲ ନେବା ପର୍ଯ୍ୟନ୍ତ ବଂଚିଯାଇପାରେ ଜୀବନ
ଯଦି କୌଣସି ବ୍ୟକ୍ତି କୌଣସି କାରଣରୁ ବିଷ ପିଇ ଦେଇଥାନ୍ତି ତେବେ ଏଭଳି ପରିସ୍ଥ୍ିତିରେ ଡାକ୍ତରଖାନା ଯିବା ପୂର୍ବରୁ କିଛି ପ୍ରାଥମିକ ଚିକିତ୍ସା କରିବା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ପହଂଚିବା ପର୍ଯ୍ୟନ୍ତ ସୁସ୍ଥ ରଖାଯାଇପାରିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ପ୍ରାଥମିକ ଉପଚାର ସଂପର୍କରେ ଜଣାଇବୁ ଯାହା ଦ୍ୱାରା ଆପଣ ଜଣେ ବିଷ ପିଇଥିବା ବ୍ୟକ୍ତିର ଜୀବନକୁ ବଂଚାଇପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ….
Kanak News is now on WhatsApp
Join and get latest news updates delivered to you via WhatsApp
• ଯଦି କୌଣସି ବ୍ୟକ୍ତି ବିଷ ପିଇଦେଇଥାନ୍ତି ତେବେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରନ୍ତୁ । ଯଦି ଘରଠାରୁ ମେଡିକାଲ ବହୁତ ଦୂରରେ ରହିଛି ଆଉ ରୋଗୀର ଅବସ୍ଥା ଗୁରୁତର ରହିଛି ତେବେ ଏହି ସମୟରେ ପ୍ରାଥମିକ ଉପଚାର ଭାବେ ଆପଣ ଦେଶୀ ଘିଅ ଏବଂ ଗୋଲମରିଚ ଦ୍ୱାରା ରୋଗୀ ଜୀବନ ରକ୍ଷା କରିପାରିବେ । ଏଥିପାଇଁ ୧୦୦ରୁ ୧୫୦ ଗ୍ରାମର ଦେଶୀ ଘିଅକୁ ଉଷୁମ କରି ନିଅନ୍ତୁ ଏବଂ ଏଥିରେ ୧୫ରୁ ୨୦ଟି ଗୋଲମରିଚକୁ ଗୁଣ୍ଡ କରି ମିଶାଇ ରୋଗୀକୁ ପିଆଇବା ଦ୍ୱାରା ବିଷର ପ୍ରଭାବ କମ ହୋଇଥାଏ ।
• ସେହିପରି ବିଷ ପିଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କ୍ଷୀର ପିଆଇ ଦିଅନ୍ତୁ । କାରଣ କ୍ଷୀର ବିଷ ସସ୍ପର୍ଶରେ ଆସି ଫାଟି ଯାଇଥାଏ । ଯାହାଦ୍ୱାରା ଉକ୍ତ ବ୍ୟକ୍ତି ଜଣକର ବାନ୍ତି ହୋଇଯିବ ଓ ଏସହିତ ବିଷ ମଦ୍ୟ ବାହାରକୁ ଚାଲିଆସିଥାଏ । ଏହାପରେ ତାଙ୍କୁ ଆରାମ ମିଳିବ ।
• ଯଦି ବିଷ ଖାଇଥିବା ବ୍ୟକ୍ତିଙ୍କର ବାନ୍ତି ହେଉନାହିଁ ତେବେ ଏଭଳି ପରିସ୍ଥିତିରେ ଆପଣ କୌଣସି ବି ଉପାୟରେ ତଥା ମୁହଁରେ ଆଙ୍ଗୁଠି ପୁରାଇ ହେଉ କିମ୍ବା ଅନ୍ୟ କୌଣସି ଉପାୟରେ ବାନ୍ତି କରାଇବାକୁ ଚେଷ୍ଟା କରନ୍ତୁ । କାହିଁକି ନା, ବାନ୍ତି ହେଲେ ଯାଇ ବିଷ ବାହାରକୁ ବାହାରି ପାରିବ ।
• ଯଦି ବିଷ ବ୍ୟକ୍ତିର ରକ୍ତ ସସ୍ପର୍ଶରେ ଚାଲିଆସିଛି ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ନା ଗୋଟିଏ ଗ୍ଲାସ୍ କ୍ଷୀରରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇବାକୁ ଦିଅନ୍ତୁ । କାରଣ ହଦଳୀରେ ଥିବା ଆଂଟସେପଟିକ୍ ଗୁଣ ବିଷଧର କୀଟାଣୁରୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ ।